ନୂଆପଡ଼ା,୧୮/୫ : ନୂଆପଡ଼ା ଦେଶୀ ମଦ ଭାଟିରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ରୋଷେୟା ଓ କର୍ମଚାରୀ। ଘଟଣାସ୍ଥଳରେ ଧୂଆଁ ମୟ ପରିବେଶ। ଖବରପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କଲା ନୂଆପଡ଼ା ଅଗ୍ନିଶମ ବିଭାଗ। ଭାଟି ଭିତରେ ଥିବା ରୋଷେଇ ଘରେ ରୋଷଇ କରୁଥିବା ସମୟରେ କୌଣସି କାରଣରୁ ହଠାତ ଲାଗିଗଲା ନିଆଁ।
ପାଖରେ ଥିବା ଆଉ ଏକ ଗ୍ୟାସର ପାଇପ୍ ଜଳି ଯିବାରୁ ସେଥିରୁ ମଧ୍ୟ ନିଆଁ ବାହାରିଥିଲା। ନିଆଁକୁ ଦେଖି ଭୟରେ ବାହାରକୁ ଭାଟି କର୍ମଚାରୀ ବାହାରି ଆସିଥିବାବେଳେ ତୁରନ୍ତ ନୂଆପଡ଼ା ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଫଳରେ ରୋଷେଇ ଘରେ ଥିବା କିଛି ପ୍ଲାଷ୍ଟିକ ଡବା ପୋଡ଼ିଥିବାବେଳେ ବିଶେଷ କ୍ଷୟ କ୍ଷତି ହୋଇନାହିଁ। ତେବେ ବର୍ତ୍ତମାନ ମଧ୍ୟ ଭାଟି ଭିତରେ ଧୂଆଁ ଥିବାରୁ ଭିତରକୁ ଯିବା ସମ୍ଭବ ହୋଇ ପାରୁନାହିଁ।