ବ୍ରହ୍ମପୁର, ୩୧/୧୨ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ। ଲେଡିଜ୍ ହଷ୍ଟେଲ ଉପର ମହଲାରେ ଲାଗିଛି ନିଆଁ। ଛାତ୍ରୀଙ୍କ ପୋଷାକ, ବହିପତ୍ର, ଲେପଟପ୍ ସମେତ ଆସବାବପତ୍ର ପୋଡ଼ିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।