ପ୍ରମୂଖ ଖବର
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌

Published By : Harapriya Sethi | June 13, 2025 11:27 AM

ରାଉରକେଲା,୧୩/୦୬: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଢ଼ି ଟୋଲ୍ ପ୍ଲାଜା ନିକଟରେ ଜଳିଗଲା ଲୌହ ଖଣି ବୋଝେଇ ଟ୍ରେଲର। ଡ୍ରାଇଭର ଓ ହେଲପର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ମୁତାବକ, କୋଇଡା ଖଣି ସେକ୍ଟରରୁ ଖଣି ନେଇ ଟ୍ରେଲରଟି ବାହାର ରାଜ୍ୟକୁ ଯାଉଥିଲା । ଯିବାବେଳେ କୌଣସି କାରଣରୁ ଜାମୁଢ଼ି ଟୋଲ୍ ପ୍ଲାଜା ନିକଟରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଦେଖୁ ଦେଖୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଟ୍ରେଲରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି । ଟ୍ରେଲର ଡ୍ରାଇଭର ଓ ହେଲପର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.