ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାଣ ଫୁଟାଇବା ବେଳେ ଅଘଟଣ, ମୁହଁ ପାଖରେ ଫୁଟିଯିବାରୁ ଆଖିରେ ଗଭୀର କ୍ଷତ...

Published By : Ladu Kishor | October 31, 2024 9:47 PM

ବାଙ୍ଗିରିପୋଷି,୩୧/୧୦: ଦୀପାବଳୀ ପାଇଁ ସମଗ୍ର ଅଞ୍ଚଳ ଉତ୍ସଵ ମୁଖର ଥିବା ବେଳେ ବାଙ୍ଗିରିପୋଷିରେ ଘଟିଛି ଅଘଟଣ । ବାଣ ଫୁଟାଉଥିବ ବେଳେ ବିସ୍ଫୋରଣ ଘଟି ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମ ପଞ୍ଚାୟତ ତାଳଟିକିରି ଗ୍ରାମର ପ୍ରଦୀପ ନାଏକ(୨୬) । ଦୀପାବଳୀ ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ବାଣ ଯୁବକର ମୁହଁ ନିକଟରେ ଫୁଟି ଯାଇଥିଲା। ଫଳରେ ତାଙ୍କର ଡାହାଣ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ଥିବାରୁ ପ୍ରଥମିକ ଚିକିତ୍ସା ପରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.