ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Published By : Harapriya Sethi | April 13, 2025 7:54 AM

ବ୍ରହ୍ମପୁର,୧୩/୦୪: ହୁତୁହୁତୁ ହୋଇ ଜଳିଲା ଗୋଦାମ ଘର। ନିଆଁ ଓ ଧୁଆଁର ମାତ୍ରା ଏତେ ଅଧିକ ଥିଲା ଯେ, କ୍ଷଣିକ ମଧ୍ୟରେ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଗଲା। ଘର ଭିତରେ ଫଳ ନେବା ଆଣିବା ପାଇଁ ବ୍ୟବହୃତ ପ୍ଲାଷ୍ଟିକ ଟ୍ରେ ଭରି ରହିଥିଲା। ଧୁଆଁ ବାହାରୁଥିବା ଦେଖି ନିକଟରେ ବୁଲୁଥିବା ସମସ୍ତ ଲୋକ ଘର ଆଗରେ ଜମା ହୋଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି କଶରତ ପରେ ନିଆଁ ଆୟତ୍ତକୁ ଆସିଛି। ଅଗ୍ନିକାଣ୍ଡଟି ଯାତ୍ରା ଅଞ୍ଚଳରେ ହୋଇଥିବା ବେଳେ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛି।  

ସୂଚନା ମୁତାବକ, ରବିବାର ଭୋରୁ ବଡବଜାର ଥାନା ବାଛୁବାରୀ ସାହିରେ ଅଗ୍ନିକାଣ୍ଡ ଘଟିଛି। ଭୋର ୩.୩୦ରେ ସାହିର ସୁଦର୍ଶନ ସାହୁଙ୍କ ଘରୁ ଧୁଆଁ ବାହାରୁଥିବା ସେହି ରାସ୍ତା ଦେଇ ଯାଉଥିବା ଲୋକ ଦେଖିଥିଲେ। କ୍ଷଣିକ ମଧ୍ୟରେ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ହୁତୁ ହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା। ସ୍ଥାନୀୟ ଲୋକ ପ୍ରଥମେ ୧୦୧ରେ ଯୋଗାଯୋଗ କରିଥିଲେ। ଯୋଗାଯୋଗ ନହେବାରୁ ଦେଶୀବେହେରା ସାହିରେ ଯାତ୍ରା ଦାୟିତ୍ୱରେ ଥିବା ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଥିଲେ। ଏହାପରେ ବ୍ରହ୍ମପୁର ଅଗ୍ନିଶମ ବାହିନୀର ୨ଟି ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଘର ବାହାରୁ ତାଲା ପଡିଥିଲା। ତାଲା ଭାଙ୍ଗି ଘରେ ପ୍ରବେଶ କରିବା ସହ ପ୍ରାୟ ଦେଢ ଘଣ୍ଟା ଧରି ନିଆଁ ଲିଭାଇଥିଲେ। ଏହାପରେ ନିଆଁ ଆୟତ୍ତ ହୋଇଥିଲା। ଏହି ଘରର ପଛରେ ଦେଶୀବେହେରା ସାହି ରହିଛି। ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଜାରି ରହିଛି। ଠିକ୍ ସମୟରେ ନିଆଁ ଆୟତ୍ତ ନ ହୋଇଥିଲେ ବଡ ଧରଣର ଅଘଟଣ ହେବାର ଆଶଙ୍କା ରହିଥିଲା। 

ସେହିପରି ନିକଟରେ ଆହୁରି ଅନେକ ଗୋଦାମ ଘର ଭରି ରହିଛି। ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳେଇ କହିଛନ୍ତି, ଅଗ୍ନିକାଣ୍ଡରେ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଛି। ଘର ଭିତରେ ଜରି ସମେତ ଫଳ ନେବା ଆଣିବାରେ ବ୍ୟବହୃତ ଟ୍ରେ ଭର୍ତ୍ତି ହୋଇ ରହିଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ସେହିପରି ଘର ମାଲିକ ସୁଦର୍ଶନ ସାହୁ କହିଛନ୍ତି, ଘରେ କେବଳ ଫଳ ଟ୍ରେ ରହିଥିଲା। ୧୦ ବର୍ଷ ହେଲା ଘରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗତ କିଛିମାସ ହେଲା ଘର ବାରଣ୍ଡାରେ କିଛି ଅସାମାଜିକ ଯୁବକ ବସି ଗଞ୍ଜେଇ ଲଗାଇବା ସହ ନିଶା ସେବନ କରୁଥିଲେ। ବହୁବାର ସେମାନଙ୍କୁ ତାଗିଦ କରିଛୁ। ଧୂମପାନ କରି ନିଆଁକୁ ଘର ଭିତରକୁ ପକାଇଥିବେ। ସେଥିରୁ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୪ ଲକ୍ଷ ଟଙ୍କାର ଜିନିଷ ରହିଥିଲା। ତାହା ନଷ୍ଟ ହୋଇଛି ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.