ବ୍ରହ୍ମବରଦା,୨୯/୩: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅଞ୍ଚଳରେ ଅଘଟଣ । ନିଆଁ ଲାଗି ଜଳିଗଲା ୭ ଦୋକାନ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବ ସୂଚନା ମିଳିଛି । ତେବେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଘଟିଥିବା ଜଣାପଡିଛି ।
ଆହୁରି ପଢନ୍ତୁ-ଯୋଗୀଯୋଗୀଏନ୍ ଜଙ୍ଗଲରେ ବାଘ! ଗାଈକୁ ମାରି ଖାଇଲା..
ଏହି ଅଗ୍ନିକାଣ୍ଡରେ ଏକ ଲସି ଦୋକାନ, ଦୁଇଟି ପେଟ୍ରୋଲ ଦୋକାନ, ଜଳଖିଆ ଦୋକାନ,ଚପଲ ଦୋକାନ, ସାଇକେଲ, ଗଦି ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଘଟଣାକୁ ନେଇ ବ୍ୟବସାୟୀ ମହଲରେ ଦୁଃଖର ମାହୋଲ ।