ସୁନ୍ଦରଗଡ଼,୨୯/୦୩: ସୁନ୍ଦରଗଡ଼ ସଦର ବନାଞ୍ଚଳର ସବଡ଼େଗା ସେକ୍ସନ ଅନ୍ତର୍ଗତ ଯୋଗୀଯୋଗୀଏନ୍ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ । ଶନିବାର ସକାଳେ ଏକ ଗାଈକୁ ବାଘ ମାରି ଖାଇ ଦେଇଥିବା ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ । ବନ କର୍ମଚାରୀ ଉକ୍ତ ଜଙ୍ଗଲକୁ ଯାଇ ଯାଞ୍ଚ କରିଥିଲେ । ଜଙ୍ଗଲ ରାସ୍ତାରେ ପାଦ ଚିହ୍ନ ଥିବା କର୍ମଚାରୀ ଦେଖିଛନ୍ତି । ତେବେ ତାହା ବାଘର ପାଦ ଚିହ୍ନ ଆଉ କାହାର ତାହା ସ୍ପଷ୍ଟ ହୋଇନଥିବା ବେଳେ ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା କ୍ୟାମେରାରେ ବାଘ ଠାବ ହୋଇନାହିଁ । ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଙ୍ଗଲର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚଳାଇଛନ୍ତି ।

ଅଧିକ ପଢ଼ନ୍ତୁ :-  ଦିଲ୍ଲୀରେ ମୋହନ- ମନମୋହନ: ବଢିଲା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି ଚର୍ଚ୍ଚା