ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ବିବାହ ଭୋଜି ଦିନ ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ, ଥାନାରେ ଅଭିଯୋଗ

Published By : prameya | May 22, 2025 11:50 AM

ଚନ୍ଦନେଶ୍ବର,୨୨/୦୫: ଦୁର୍ବୁତ୍ତଙ୍କ ନିଆଁରେ ଜଳି ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ପାନ ବରଜ । ହତାଶ ହୋଇ ପଡ଼ିଛନ୍ତି ପରିବାର ।  ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉଦ୍ୟାନ ବିଭାଗର  ଜାରି ରହିଛି ତଦନ୍ତ । ତେବେ ବାଲେଶ୍ବର ଜିଲ୍ଲା ଭୋଗରାଇ ଗମ୍ଭାରିଆ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା । 


ଭୋଗରାଇ ବ୍ଲକ ବାଡ଼ସରିସା ଗ୍ରାମର ରାମକୃଷ୍ଣ ଜେନା ଦୀର୍ଘ ବର୍ଷ ଗମ୍ଭାରିଆ ଗ୍ରାମରେ ପାନ ବରଜ କରି ଆସୁଥିଲେ ।  ସେହି ପାନ ବରଜ ଉପରେ ନିର୍ଭର କରି ପରିବାର ପ୍ରତି ପୋଷଣ କରନ୍ତି ରାମକୃଷ୍ଣଙ୍କ ପରିବାର । ଘରର ବଡ଼ ପୁଅଙ୍କ ଗତକାଲି ବିବାହ  ଭୋଜି ଥିବା ବେଳେ ପରିବାରର ସମସ୍ତେ ଚନ୍ଦନେଶ୍ୱର ସ୍ଥିତ ଯାତ୍ରୀ ନିବାସରେ ଭୋଜିରେ ବ୍ୟସ୍ତ ଥିଲେ। ଆଉ ସେହି ସମୟରେ ନିଜ ପରିଶ୍ରମର ପାନ ବରଜ ହୁତୁହୁତୁ ହୋଇ ଜଳୁଥିଲା । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ପରିବାରକୁ ଏ ବାବଦରେ ଖବର ଦେଇଥିଲେ । ମାତ୍ର ପରିବାର ଲୋକ ଘଟଣାସ୍ଥଳରେ ପହଂଚିବା ପରେ ସମସ୍ତ ପାନ ବରଜ ପୋଡ଼ି ପାଉଁଶ ହୋଇଥିଲା । ଏ ବାବଦରେ ତାଳସାରି ସାମୁଦ୍ରିକ ଥାନାରେ ଅଭିଯୋଗ ହେବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.