ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଜିନିଷ

Published By : Rasmita Pradhan | November 29, 2024 10:50 AM

ସୋର, ୨୯/୧୧ : ଦୋକାନରୁ ଚୋରି କରିବା ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଗୁରୁବାର ବିଳମ୍ବିତ ରାତିରେ ସୋର ବ୍ଲକ ଶିଙ୍ଗାଖୁଣ୍ଟା ବଜାରରେ ଥିବା ଏକ ଗ୍ରୋସେରୀ ଦୋକାନରୁ ଦୁର୍ବୃତ୍ତମାନେ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି।

ସୂଚନାନୁଯାୟୀ, ସୋର ବ୍ଲକ ଶିଙ୍ଗାଖୁଣ୍ଟା ବଜାରରେ ଉପେନ୍ଦ୍ର ଦୀକ୍ଷିତଙ୍କ ଗ୍ରୋସେରୀ ଦୋକାନ ଅଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନର ସଟରକୁ ଗ୍ୟାସ କଟରରେ କାଟି ଚୋରି କରିଥିଲେ। ଏହାପରେ ଦୋକାନରେ ନିଆଁ ଲଗାଇଦେଇଥିଲେ। ଫଳରେ ଗ୍ରୋସେରୀ ଦୋକାନ ସହ ନିକଟରେ ଥିବା ଏକ ଇଲେକ୍ଟ୍ରି ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ସୋରରୁ ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୁଇ ଦୋକାନ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଉପେନ୍ଦ୍ର ଦୋକାନ ବନ୍ଦ କରି ରାତିରେ ଘରକୁ ଯାଉଥିବା ବେଳେ ଚାରି ଜଣ ଯୁବକ ଦୁଇଟି ବାଇକରେ ଆସି ଭୁଜାଲିରେ ଆକ୍ରମଣ କରି ତାଙ୍କ ମୋବାଇଲ ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ। ଏ ବାବଦରେ ଉପେନ୍ଦ୍ର ସୋର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନନେବାରୁ ଦୁର୍ବୃତ୍ତମାନେ ତାଙ୍କ ଦୋକାନଟିକୁ ଜାଳି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.