ତ୍ରିସୁର, ୨୧।୪: ମଙ୍ଗଳବାର କେରଳର ତ୍ରିସୁର ଜିଲ୍ଲାର ମୁଣ୍ଡଥିକ୍କୋଡୁ ଅଞ୍ଚଳରେ ଏକ ବାଣ ତିଆରି ୟୁନିଟରେ ଭୟଙ୍କର ବିସ୍ଫୋରଣ। ଏହି ଦୁର୍ଘଟଣାରେ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସହରରେ ଆୟୋଜିତ ବାର୍ଷିକ ହିନ୍ଦୁ ମନ୍ଦିର ମହୋତ୍ସବ ତ୍ରିସୁର ପୁରମ୍ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳକୁ ପହଞ୍ଚିଥିବା ଜଣେ ରାଜ୍ୟ ସରକାରୀ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣ ସମୟରେ ୟୁନିଟରେ ପ୍ରାୟ ୪୦ ଜଣ କାମ କରୁଥିଲେ କାରଣ ଆୟୋଜକମାନେ ଶ୍ରମିକମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆଣିଥିଲେ। ପ୍ରାରମ୍ଭିକ ଭାବରେ ମୃତ୍ୟୁ ସଂଖ୍ୟା ୮ ଥିଲା କିନ୍ତୁ, ଯାହାକି ପରେ ବଢିକି ୧୩ରେ ପହଁଞ୍ଚିଛି।
ଅଧିକାରୀ କହିଛନ୍ତି,ଆମେ ସୂଚନା ପାଇଛୁ ଯେ ସାତ ଜଣ ଜୀବନ ବଞ୍ଚାଇ ପଳାଇବାରେ ସଫଳ ହୋଇଛନ୍ତି।‘ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ଏକ ବାଣ ତିଆରି ୟୁନିଟରେ ଘଟିଥିଲା ଯେଉଁଠାରେ ତ୍ରିସୁର ପୁରମର ତିରୁଭମ୍ବାଡି ଗୋଷ୍ଠୀ ପାଇଁ ଆତସବାଜି ନମୁନା ପ୍ରସ୍ତୁତ କରାଯାଉଥିଲା। ସୂତ୍ର ଅନୁସାରେ, ସେହି ସ୍ଥାନରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥିଲା, ଯାହା ନିଆଁ ଲାଗି ଏକ ବଡ଼ ବିସ୍ଫୋରଣର କାରଣ ପାଲଟିଥିଲ।
ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ସହାୟତା ପ୍ରଦାନ କରାଯାଉ। ଉଦ୍ଧାରକାର୍ଯ୍ୟରେ ତତ୍ପରତା ଦେଖାଇବାକୁ ମଧ୍ୟ କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବିସ୍ଫୋରଣ ମଧ୍ୟାହ୍ନ ପ୍ରାୟ ୩ଟା ୩୦ ମିନିଟ୍ରେ ଘଟିଥିଲା। ବାଣ ପାଇଁ ବହୁ ଅସ୍ଥାୟୀ ସେଡ୍ ତିଆରି କରାଯାଇଥିଲା, ଯାହାକି ଧାନ ବିଲ୍ ଭିତରେ ବି ଥିଲା। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ସେଠାରେ ବହୁ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା।ତ୍ରିସୁର ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ତେବେ ଏହା ପଛର କାରଣ କ’ଣ ତାହା ଏଯାଏଁ ଜରାପହିଛି। ତଦନ୍ତ ପରେ ବିସ୍ତୃତ ବିବରଣୀ ମିଳିପାରିବ।