• ଅଷ୍ଟ୍ରେଲିଆର ରାଜରାସ୍ଥାରେ ଆଖିବୁଜା ଗୁଳିମାଡ଼
  • ଇହୁଦୀ ମାନଙ୍କର ହାନୁକା ପର୍ବ ବେଳେ ଗୁଳିମାଡ଼ କଲେ ଦୁବୃର୍ତ୍ତ
  • ଆକ୍ରମଣକୁ ନିନ୍ଦା କଲେ ଇସ୍ରାଏଲ ରାଷ୍ଟ୍ରପତି ଇଶାକ ହେର୍ଜୋଗ

ନୂଆଦିଲ୍ଲୀ,୧୪/୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍ରେ ଗୁଳିକାଣ୍ଡ ଘଟିଛି। ଲୋକମାନେ ହନୁକା ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସୋମବାର ଦିନ ଇହୁଦୀ ମାନଙ୍କର ହନୁକା ପର୍ବ ଅନୁଷ୍ଠିତ ହୋଇଥିଲା। ବଣ୍ଡି ବିଚ୍ରେ ଗୁଳିକାଣ୍ଡ ଘଟିବା ଦ୍ବାରା ଆତଙ୍କ ସୃଷ୍ଟି ହୋଇଥିଲା। ଅନେକ ରାଉଣ୍ଡ ଗୁଳିଚାଳନା ହୋଇଥିବା ଜଣାପଡ଼ିଛି। ଏତିକିବେଳେ ପୋଲିସ ଲୋକମାନଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିବାରେ ସହାୟତା କରିଥିଲା। ଗୁଳିକାଣ୍ଡରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆକ୍ରମଣ ସମୟରେ ବଣ୍ଡି ବିଚ୍ରେ ପ୍ରାୟ ୨୦୦୦ ଲୋକ ଉପସ୍ଥିତ ଥିଲେ।

ସିଡନୀର ବଣ୍ଡି ବିଚ୍ରେ ହୋଇଥିବା ଗୁଳିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କଳା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ହାତରେ ରାଇଫଲ୍ ଧରିଥିବା ଦେଖାଯାଉଛି। ଏମାନେ ଗୋଟିଏ ଉଚ୍ଚ କୋଠା ଉପରୁ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ କଂଗ୍ରେସର ଗର୍ଜନ; ରାମଲୀଳା ମୈଦାନରେ ବିଶାଳ ରାଲିଲେ ରାହୁଲ-ଖଡଗେଙ୍କ ସମେତ ଏକାଠି ନେତାକର୍ମୀ

ରଏଟର୍ସ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୬.୪୫ ସମୟରେ ବଣ୍ଡି ବିଚ୍ରେ ଅନେକ ଲୋକଙ୍କ ଉପରେ ଗୁଳି ଚାଳନା ହୋଇଥିବା ରିପୋର୍ଟ ପାଇ ନ୍ୟୁ ସାଉଥ୍ ୱେଲ୍ସ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆମ୍ବୁଲାନ୍ସ ଅଧିକାରୀମାନେ କହିଛନ୍ତି ଯେ ଗୁଳି ମାଡ଼ରେ ଆହତ ହୋଇଥିବା ଅନେକ ଲୋକଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ, ଅନ୍ୟ ଅନେକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।

ଅନ୍ୟ କିଛି ଖବର ଆପଣଙ୍କ ପାଇଁ: ପ୍ରତିବର୍ଷ ନାଗରିକତ୍ୱ ଛାଡୁଛନ୍ତି ୨ ଲକ୍ଷ ଭାରତୀୟ, ୫ ବର୍ଷରେ ବିଦେଶରେ ଅବସ୍ଥାପିତ ହେଲେଣି ୯ ଲକ୍ଷ ନାଗରିକ

ଇସ୍ରାଏଲ ରାଷ୍ଟ୍ରପତି ଇସହାକ ହର୍ଜୋଗ୍ ସିଡନୀରେ ଇହୂଦୀ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି ହର୍ଜୋଗ୍ କହିଛନ୍ତି, "ଅଷ୍ଟ୍ରେଲିଆର ସିଡନୀରେ ଆମର ଭାଇଭଉଣୀମାନେ ପ୍ରଥମ ହାନୁକା ମହମବତୀ ଜାଳିବା ପାଇଁ ବଣ୍ଡି ବିଚ୍ ଯାଇଥିବା ସମୟରେ ଇହୂଦୀମାନଙ୍କ ଉପରେ ଆତଙ୍କବାଦୀଙ୍କ ଦ୍ୱାରା ନୃଶଂସ ଆକ୍ରମଣ କରାଯାଇଥିଲା। ଆମେ ଆମର ଇହୁଦି ଭାଇଭଉଣୀ ମାନଙ୍କ ସହିତ ଅଛୁ। ସମଗ୍ର ଇସ୍ରାଏଲ ଦେଶ ଏହି ସମୟରେ ଦୁଃଖିତ। ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ, ଏବଂ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରୁଛୁ।"

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଇଣ୍ଡିଗୋ ସମସ୍ୟା; ଏୟାର୍ଲାଇନ୍ସ ବିରୋଧରେ 'କ୍ଲାସ୍ ଆକ୍ସନ' ପ୍ରସ୍ତୁତି, ଏକାଧିକ ଲୋକ ମୁକଦ୍ଦମା କରିବା ନେଇ ବିଶେଷଜ୍ଞଙ୍କ ଦାବି