ଝାରସୁଗୁଡ଼ା, ୦୭/୦୯: ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗଣ୍ଡଗୋଳ । ରେଳବାଇ କଲୋନୀରେ ୫ ରାଉଣ୍ଡ ଫୁଟିଲା ଗୁଳି l ଗୁଳି ଫୁଟାଇ ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝାରସୁଗୁଡ଼ା ସହରର ରେଲୱେ କଲୋନୀରେ ଏଭଳି ଘଟଣା ଘଟିଛି 

ସୂଚନା ମୁତାବକ, ରେଳବାଇ କଲୋନୀରେ ଆୟୋଜିତ ଗଣେଶ ପୂଜା ପରେ ଶନିବାର ସନ୍ଧ୍ୟାରେ ଗଣେଶ ବିସର୍ଜନ ଶୋଭାଯାତ୍ରା ବାହାରିଥିଲା l ରାତି ପ୍ରାୟ ୧୦ଟା ସମୟରେ ଡବଲିଙ୍ଗ କଲୋନୀ ଓସିପି ନିକଟରେ ଶୋଭାଯାତ୍ରା ପହଞ୍ଚିବା ପରେ ଦୁଇ ଜଣ ଯୁବକ ଶୋଭାଯାତ୍ରାରେ ଥିବା ଯୁବକଙ୍କ ସହ ମାରପିଟ କରିବା ସହ ୨ ରାଉଣ୍ଡ ଗୁଳି ଫୁଟାଇ ଫେରାର ମାରିଥିଲେ l ପରେ ରାତି ପ୍ରାୟ ୨ଟା ସମୟରେ ଗୁଳି ଫୁଟାଇ ଫେରାର ମାରିଥିବା ୨ ଯୁବକ ରେଳବାଇ କଲୋନୀରେ ରହୁଥୁବା ସୁମନ୍ତ ସୁନାଙ୍କ ଘରେ ୩ ରାଉଣ୍ଡ ଗୁଳି ଫୁଟାଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ l ଅଭିଯୋଗ ପରେ ରବିବାର ସକାଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଏସଡିପିଓ ଉମା ଶଙ୍କର ସିଂ, ଜିଆରପି ଡିଏସପି ରମେଶ ଚନ୍ଦ୍ର ଦାସ, ଜିଆରପି ଥାନାଧିକାରୀ ସନ୍ତୋଷ ମିର୍ଦ୍ଧା, ଟାଉନ୍ ଥାନାଧିକାରୀ ରଞ୍ଜନ ବରିହା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

 

 

 

​​​​​​​​​​​​​​