ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବ୍ରିଟେନ ଡାକ୍ତରଙ୍କ ବଡ ସଫଳତା, ପ୍ରଥମ ଥର ପ୍ରତିରୋପିତ ଗର୍ଭାଶୟରୁ ସନ୍ତାନ ଜନ୍ମ

Published By : Krishna Priya | April 9, 2025 8:54 AM

ନୂଆଦିଲ୍ଲୀ ୦୯/୦୪: ବ୍ରିଟେନରେ ପ୍ରଥମ ଥର ଏକ ପ୍ରତିରୋପିତ ଗର୍ଭାଶୟ ଜରିଆରେ କନ୍ୟା ସନ୍ତାନ ଜନ୍ମ ହୋଇଛି । ଶିଶୁକୁ ଜନ୍ମ ଦେଇଥିବା ମା’ ହେଉଛନ୍ତି ୩୬ ବର୍ଷୀୟା ଗ୍ରେସ୍‌ ଡେଭିଡ୍‌ସନ୍‌ । ଜନ୍ମରୁ ତାଙ୍କର ଗର୍ଭାଶୟ କାମ କରୁନଥିଲା । ୨୦୨୩ ମସିହାରେ ଭଉଣୀଙ୍କ ଗର୍ଭାଶୟ ତାଙ୍କଠାରେ ପ୍ରତିରୋପଣ କରାଯାଇଥିଲା । ତାହା ବ୍ରିଟେନର ଏକମାତ୍ର ସଫଳ ଗର୍ଭାଶୟ ପ୍ରତିରୋପଣ ଥିଲା । 

ସଫଳ ଗର୍ଭାଶୟ ପ୍ରତିରୋପଣର ୨ ବର୍ଷ ପରେ ଗ୍ରେସ୍‌ ଗତ ଫେବ୍ରୁଆରୀରେ ନିଜର ପ୍ରଥମ ସନ୍ତାନ ଜନ୍ମ ଦେଲେ । ଭଉଣୀଙ୍କଠୁ ଦାନରେ ଗର୍ଭାଶୟ ପାଇଥିବାରୁ ତାଙ୍କ ନାମ ଅନୁସାରେ ଗ୍ରେସ୍‌ ଓ ତାଙ୍କ ସ୍ୱାମୀ ୩୭ ବର୍ଷୀୟ ଆଙ୍ଗସ୍‌ ଝିଅର ନାଁ ଦେଇଛନ୍ତି ଏମି । ଜନ୍ମବେଳେ ଏମିର ଓଜନ ୨ କିଲୋରୁ ଟିକିଏ ଅଧିକ ଥିଲା । ଦମ୍ପତି ପ୍ରଥମେ ନିଜର ପରିଚୟ ଦେବାକୁ ଚାହୁଁନଥିଲେ । କିନ୍ତୁ ସନ୍ତାନ ଜନ୍ମ ପରେ ଉଭୟ ଗଣମାଧ୍ୟମକୁ ଜଣାଇଛନ୍ତି । ଗ୍ରେସ୍‌ଙ୍କ ଗର୍ଭାଶୟ ପ୍ରତିରୋପଣ ପରଠୁ ଆଉ ୩ଟି ଗର୍ଭାଶୟ ପ୍ରତିରୋପଣ ଡାକ୍ତର କରିଛନ୍ତି । ପରୀକ୍ଷାମୂଳକ ଭାବେ ୧୫ ଗର୍ଭାଶୟ ପ୍ରତିରୋପଣ ସେମାନଙ୍କ ଲକ୍ଷ୍ୟ । 

ଗ୍ରେସ୍‌ ‘ମେୟର-ରୋକିଟାନ୍‌ସ୍କି-କୁଷ୍ଟର-ହସର୍‌’ ନାମକ ବିରଳ ସିଣ୍ଡ୍ରୋମ୍‌ରେ ପୀଡ଼ିତ । ଏଥିରେ ଗର୍ଭାଶୟ ନ ଥାଏ କିମ୍ବା ପୂର୍ଣ୍ଣ ବିକଶିତ ହୋଇନଥାଏ । ୨୦୧୪ରେ ସ୍ୱିଡେନ୍‌ରେ ଗର୍ଭାଶୟ ପ୍ରତିରୋପଣ ମାଧ୍ୟମରେ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା । ସେବେଠୁ ଆମେରିକା, ଚୀନ୍‌, ଫ୍ରାନ୍ସ, ଜର୍ମାନୀ, ଭାରତ ଓ ତୁର୍କୀ ଆଦି ୧୨ରୁ ଅଧିକ ଦେଶରେ ଏଭଳି ପ୍ରାୟ ୧୩୫ ପ୍ରତିରୋପଣ ହୋଇଛି । ଏହା ଜରିଆରେ ୬୫ ଶିଶୁ ଜନ୍ମ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.