ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆସାମରେ ଜିବିଏସ୍‌ ନେଲା ଜୀବନ, ୧୭ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ

Published By : Tapas Panda | February 1, 2025 6:41 PM

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ପରେ ଅନ୍ୟ ରାଜ୍ୟରେ ଏବେ ଜିବିଏସ୍‌ (ଗିଲିୟନ୍‌-ବ୍ୟାରେ ସିଂଡ୍ରୋମ୍‌) ସଂକ୍ରମଣ ବୃଦ୍ଧି ପାଉଛି। ଏବେ ଆସାମରେ ଜିବିଏସ୍‌ ଜୀବନ ନେଇଛି । ଏକ ଘରୋଇ ହସ୍ପିଟାଲରେ ଜିବିଏସ୍‌ ସଂକ୍ରମଣ ଯୋଗୁଁ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି । ଆସାମରେ ଜିବିଏସ୍‌ ଯୋଗୁଁ ପ୍ରଥମ ଜୀବନ ଯାଇଛି ବୋଲି କୁହାଯାଉଛି । ଜଣେ ଡାକ୍ତର ଏନେଇ କହିଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । 

ହସ୍ପିଟାଲର ଜଣେ ଶିଶୁ ରୋଗ ବିଶେଷଜ୍ଞ ନାମ ଗୋପନ ରଖିବା ସର୍ତ୍ତରେ ଜାତୀୟ ଗଣମାଧ୍ୟମକୁ ଦେଇଥିବା‌ ସୂଚନା ଅନୁସାରେ, +୨ ଛାତ୍ରୀଙ୍କୁ ପ୍ରାୟ ୧୦ ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ଜିବିଏସ୍‌ ହୋଇଥିବା ଜଣାପଡ଼ିଥିଲା । ଜିବିଏସ୍‌ ସଂକ୍ରମଣ ହେଲେ ହଠାତ ଶରୀରର ମାଂସପେଶୀ କମଜୋର ହୋଇପଡ଼େ ଏବଂ ପରେ ଗୁରୁତର ସମସ୍ୟା ସୃଷ୍ଟି କରିବା ସହ ରୋଗୀର ଜୀବନ ମଧ୍ୟ ନେଇଯାଏ । ଡାକ୍ତର କହିଛନ୍ତି, ‘ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଗମ୍ଭୀର ଜିବିଏସ୍‌ ଭାରିଏଣ୍ଟ ଦ୍ବାରା ପୀଡ଼ିତ ଥିବା ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଆସାମରେ ଏହା ପ୍ରଥମ ଜିବିଏସ୍‌ ମୃତ୍ୟୁ ।’ 

ମିଳିଥିବ ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଶରୀରରେ ଦେଖିବାକୁ ମିଳିଥିବା ଲକ୍ଷ୍ୟଣ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ମିଳିଥିବା ଲକ୍ଷ୍ୟଣ ସହ ସମାନ ଥିଲା । ଡାକ୍ତର ଜଣଙ୍କ କହିଛନ୍ତି, ଆଗକୁ ଏଭଳି ଆହୁରି ମାମଲା ଆସିପାରେ ବୋଲି ଭାବି ଭୟ ଲାଗୁଛି । ଛାତ୍ରୀ ଜଣଙ୍କ ବିହାରର ହୋଇଥିବା ବେଳେ ସେ ଆସାମରେ ରହୁଥିଲେ । ତାଙ୍କ ବାପା-ମା ଉତ୍ତମ ଚିକିତ୍ସ ଲାଗି ଝିଅକୁ ଦିଲ୍ଲୀ ନେବାକୁ ଚାହୁଁଥିଲେ ଏବଂ ଏଥିପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିନ୍ତୁ ଝିଅଟି ବଞ୍ଚିପାରିଲା ନାହିଁ ବୋଲି ଡାକ୍ତର ଜଣଙ୍କ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.