ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ; ଭୋକ ଉପାସରେ ଲୋକେ

Published By : Gurupada Nath | June 21, 2025 4:42 PM

ଚନ୍ଦନେଶ୍ଵର, ୨୧/୬ : ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ପରେ ଭୋଗରାଇ ବ୍ଲକର ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତର ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।  କୁଲ୍ହା, ପନ୍ତେଇ, ଆରୁହାବୃତ୍ତି, ମନୁନଗର, ଖୋଲାବାଡ଼ିଆ ଆଦି ଗ୍ରାମରେ ଘରେ ବନ୍ୟା ଜଳ ପଶି ଆସବାବପତ୍ର ଭାସି ଯାଇଥିବାବେଳେ ଦୁଇ ଦିନ ହେବ ଘର ଛାତ ଉପରେ ଧାନକୁ ସୁରକ୍ଷିତ ରଖି ଅଖିଆ ଅପିଆ ବସିଛନ୍ତି ପରିବାର ଲୋକେ। ଗତ ଦୁଇ ଦିନ ହେବ ଏପରି ସ୍ଥିତି ଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ଏକ ବୋଟର ସୁବିଧା ନାହିଁ, ଏପରିକି ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ଶୁଖିଲା ଖାଦ୍ୟ କିଛି ବି ଏ ପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କ ପାଖରେ ପହଂଚି ପାରିନାହିଁ । ସେପଟେ ଭୋଗରାଇ ବ୍ଲକ ଖାଳଝରି ସୁଇଚ ଗେଟରେ ଫାଟ। ୩ଟି ଗେଟ ଦେଇ ବାହାରୁଛି ପ୍ରବଳ ପାଣି । ସମ୍ପୂର୍ଣ୍ଣ ଭାଙ୍ଗିଲେ ଭୋଗରାଇରେ ୧୮ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ଗେଟରେ ଫାଟ ଦେଖି ଲୋକ ଛାନିଆ ଥିବାବେଳେ ଦୀର୍ଘ ସମୟ ପାଣି ବାହାରିଲେ ମଧ୍ୟ ଜଳସେଚନ ବିଭାଗ ଏ ପର୍ଯ୍ୟନ୍ତ ପାଣି ରୋକିବାରେ ବିଫଳ ହୋଇଛି । ସୁଇଚ ଗେଟ ସମ୍ପୂର୍ଣ୍ଣ ଭାଙ୍ଗିଲେ ୧୮ଟି ପଞ୍ଚାୟତର ଲୋକେ ପୁଣି ବନ୍ୟା ଜଳରେ ପ୍ରଭାବିତ ହେବେ ।

ଶହ ଶହ ପରିବାର ଏଭଳି ଅବସ୍ଥାରେ ଜୀବନ ଅତିବାହିତ କରୁଥିବାବେଳେ କିଛି ପରିବାର ନଦୀ ବନ୍ଧ ଉପରେ ନିଜର ଛୁଆ ପିଲା ଗୃହ ପାଳିତ ପଶୁକୁ ନେଇ ଏକ ତମ୍ବୁ ମାରି ଅପରିଷ୍କାର ଜାଗାରେ ରାନ୍ଧି ଖାଦ୍ୟ ଖାଉଛନ୍ତି । ରାଜ୍ୟରେ ଝାଡ଼ା ବାନ୍ତି ବ୍ୟାପି ଥିବାର ଡର ଓ ସରିସୃପର ଡର ଥିଲେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ନଦୀ ବନ୍ଧ ଉପରେ ଜୀବନ କାଟୁଛନ୍ତି ଶହଶହ ପରିବାର । ସୂର୍ଯ୍ୟର ଆଲୋକରେ ଦିନ ବେଳା ଶାନ୍ତିରେ ଲୋକେ ଥିବାବେଳେ ରାତିର କିଟିମିଟି ଅନ୍ଧାରରେ କେମିତି ଘର ଦ୍ୱାର କଥା ଭୁଲି ବନ୍ଧ ଉପରେ ଶାନ୍ତିରେ ଶୋଇବେ ସେଇ ଚିନ୍ତାରେ ଏବେ ଭୋଗରାଇର ହଜାର ହଜାର ପରିବାର । ସେପଟେ ବ୍ଲକରେ ୧୧୦ହେକ୍ଟର ପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ସବୁ ବିଭାଗ ତତ୍ପର ମଧ୍ୟ ରହିଛନ୍ତି । ଜରୁରୀକାଳୀନ ପରିସ୍ଥିତି ହେଲେ ରେସ୍କ୍ୟୁ କରାଯିବ ବୋଲି ବନ୍ୟା ଅଞ୍ଚଳରେ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ପପୁ ଭୂୟାଁ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.