ନୂଆଦିଲ୍ଲୀ,୩୦/୧୧; ଘରୋଇ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଲଢେଇ ଆରମ୍ଭ ହୋଇଛି । ରାଞ୍ଚିରେ ଖେଳାଯାଉଛି ପ୍ରଥମ ମ୍ୟାଚ । ଟସ୍ ଜିତି ଅଧିନାୟକ ଆଡେନ ମାରକ୍ରମଙ୍କ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । ପ୍ଲେଇଙ୍ଗ ଇଲେଭେନରୁ ଆଉଟ ରିଷବ ପନ୍ତ । ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡଙ୍କ ଏଣ୍ଟ୍ରୀ ହୋଇଛି । ୩ ସ୍ୱିନର ଓ ୩ ସ୍ୱିମରଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ
ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଭାରତର ଦୁଇ ତାରକା ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ରହିବ । ଉଭୟ ଦୀର୍ଘ ଦିନ ପରେ ଉଭୟ ଘରୋଇ ମାଟିରେ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଦର୍ଶକଙ୍କ ଉତ୍ସାହ ଶିଖର ଛୁଇଁଛି । ଭାରତ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ ନେବାକୁ ଲକ୍ଷ୍ୟ ରଖିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ଟେଷ୍ଟ ସିରିଜ ଭଳି ଆଧିପତ୍ୟ ଜାରି ରଖିବାକୁ ପ୍ରସ୍ତୁତ ରହିଛି । ଫଳରେ ସମ୍ପୂର୍ଣ୍ଣ ସିରି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।
Presenting #TeamIndia's Playing XI for the 1⃣st ODI 👌
— BCCI (@BCCI) November 30, 2025
Updates ▶️ https://t.co/MdXtGgRkPo#INDvSA | @IDFCFIRSTBank pic.twitter.com/tSKIIurCcg
୨୦୦୬ ପରଠାରୁ ଉଭୟ ଦଳ ମଧ୍ୟରେ ୧୦ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳାଯାଇଛି । ଉଭୟ ଦଳ ୫ଟି ଲେଖାଏଁ ସିରିଜ ଜିତିଛନ୍ତି । ତେଣୁ ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତଥାପି ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବାରୁ ଭାରତର ପଲା ଭାରି ରହିବ । ୨୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ସିରିଜ ମୂଳପୋଛ କରିଥିବା ଦକ୍ଷିଣ ଆଫ୍ରିକା ଦଳର ମନୋବଳ ଊଦ୍ଧ୍ୱର୍ରେ ରହିଛି । ଅଧିକାଂଶ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ମାର୍କୋ ଜାନସେନ ବଲ୍କୁ ଅତିରିକ୍ତ ବାଉନ୍ସ କରାଇବାର କ୍ଷମତା ରଖିଥିବାରୁ ଭାରତୀୟ ବ୍ୟାଟରଙ୍କ ପାଇଁ ଚିନ୍ତାର କାରଣ ସାଜିବେ ।
ଭାରତର ଚୂଡନା ଏକାଦଶ: ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ୍, ବିରାଟ କୋହଲି, ଋତୁରାଜ ଗାଏକୱାଡ୍, କେଏଲ ରାହୁଲ(ଅଧିନାୟକ), ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ।
ଦକ୍ଷିଣ ଆଫ୍ରିକା ଚୂଡନା ଏକାଦଶ: ଆଡେନ ମାରକ୍ରମ, କ୍ୱିଣ୍ଟନ ଡି କକ୍, ଆର.ରିକଲଟନ୍, ମାଥ୍ୟୁ ବ୍ରୀଜକି, ଟି. ଡେ ଜୋର୍ଜି, ଡିୱାଲ୍ଡ ବ୍ରେଭିସ, ମାର୍କୋ ଜାନସେନ, କର୍ବିନ ବସ୍କ, ପି.ସବରାୟନ, ଓ.ବାର୍ଟମାନ, ନାନ୍ଦ୍ରେ ବର୍ଗର ।