ଭୁବନେଶ୍ବର,୧୫/୫ : ତୈଳ ଦର ବୃଦ୍ଧି ପରେ ବଢିଲା ବସ୍ ଭଡ଼ା । ସାଧାରଣ/ ଏକ୍ସପ୍ରେସ ଭଡ଼ା କିମି ପିଛା ବଢିଲା ୨ ପଇସା । ଡିଲକ୍ସ/ଏସି ଡିଲକ୍ସ ଭଡ଼ା ୪ପଇସା ବଢିଲା । ସୁପର ଡିଲକ୍ସ ଭଡ଼ା କିମି ପିଛା ୬ପଇସା ବଢିଲା । ଆସନ୍ତାକାଲିଠାରୁ ଲାଗୁ ହେବ ଏହି ବର୍ଦ୍ଧିତ ବସ୍ ଭଡ଼ା । ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପ୍ରକାଶ ଯେ, ଅଲ୍ ଓଡ଼ିଶା ବସ୍ ଓନର ଆସୋସିଏଶନର(All Odisha Bus Owners’ Association)ର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଥିଲେ ଡିଜେଲ ୩ଟଙ୍କା ବଢିଲା, ଆମେ ଆଉ କ୍ଷତି ସହିପାରିବୁନି। ପ୍ରତି କି.ମି ପିଛା ୨ପଇସା ବଢିବ ବୋଲି ଦାବି କରାଯାଇଛି । ଶ୍ରେଣୀ ଅନୁସାରେ ଦର ଅଲଗା ହେବ । ଶେଷ ଥର ଭଡ଼ା ବଢିଥିଲା ୧୬ମାର୍ଚ୍ଚ ୨୦୨୪ରେ। ତା’ପରଠୁ ଟାୟାର, ମୋବିଲ, ଇନ୍ସୁରାନ୍ସ, ଟୋଲ୍ ସବୁ ମହଙ୍ଗା। ଏବେ ଡିଜେଲ ୩ଟଙ୍କା ବଢିଲା । ତେଣୁ ଦର ବଢ଼ିବ।