ଗୋପାଳପୁର ୨/୮: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସିଣ୍ଡିକେଟ ବୈଠକ ଅନୁଷ୍ଠିତ ହୋଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ୱ କରିଥିଲେ। ପ୍ରଥମେ ନୂତନ ଭାବେ ସିଣ୍ଡିକେଟ ସଭ୍ୟ,ସଭ୍ୟା ମନୋନୀତଙ୍କୁ ସ୍ୱାଗତ କରାଯାଇଥିଲା। ପରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଚଳିତ ମାସ ୯ ତାରିଖ ରେ ହେବାକୁ ଥିବା ୨୬ ତମ ସମାବର୍ତ୍ତନ ଉତ୍ସବ ଉପରେ ଆଲୋଚନା କରାଯାଇଥିଲା ।
ଏହି ଅବସରରେ କୁଳପତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଉନ୍ନତି ନିମନ୍ତେ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ । ଏହି ବୈଠକରେ କୁଳପତିଙ୍କ ସମେତ କୁଳସଚିବ ସଚ୍ଚିଦାନନ୍ଦ ନାୟକ,ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ,ସମୂହ କଲେଜର ଉନ୍ନୟନ ପରିଷଦର ନିର୍ଦ୍ଧେଶକ ଡ଼.ସିଦ୍ଧାର୍ଥ ଶଙ୍କର ପଣ୍ଡା,ଛାତ୍ର କଲ୍ୟାଣ ନିର୍ଦ୍ଧେଶକ ପ୍ରଫେସର ଗଣେଶ ସେଠୀ,ପୂର୍ବତନ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶକ ପ୍ରଫେସର ଲକ୍ଷ୍ମୀକାନ୍ତ ତ୍ରିପାଠୀ,ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡ଼.ଭଗବାନ ତ୍ରିପାଠୀ,ବ୍ରହ୍ମପୁର ଖଲ୍କିକୋଟ କଲେଜର ଅବସରପ୍ରାପ୍ତ ପ୍ରଫେସର ଡ଼.ଉତ୍ତମା ଜେନା,ବ୍ରହ୍ମପୁର ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶକ ଡ଼.ସିଦ୍ଧାର୍ଥ ଶଙ୍କର ପାଢ଼ୀ,ପ୍ରାଣୀ ବିଜ୍ଞାନ ବିଭାର ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ,ଲାଇବ୍ରେରୀ ଏଣ୍ଡ ଇନ୍ଫୋରମେସନ ସାଇନ୍ସ ବିଭାଗର ପ୍ରଫେସର ଜ୍ୟୋତ୍ସ୍ନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ସମାବର୍ତ୍ତନ ଉତ୍ସବରେ ସମସ୍ତ ବିଭାଗର ଟପ୍ପର ୩୮ ଜଣ ଛାତ୍ର,ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ,୫୨ ଜଣ କୁ ପି ଏଚ ଡ଼ି,୪ ଜଣକୁ ଡିଲିଟ ପ୍ରଦାନ କରାଯିବ। ସମାବର୍ତ୍ତନର ନିୟମ ପ୍ରକାରେ ଯାହା ନିୟମ ରହିଛି ତାହାକୁ ଶୃଙ୍ଖଳିତ ଭାବେ ପାଳନ କରିବେ ବୋଲି କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ କହିଛନ୍ତି।