ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ଚନ୍ଦନ ପୋଖରୀରେ ମାଛ ମଡକ; ମରି ଭାସୁଛନ୍ତି ହଜାର ହଜାର ସଂଖ୍ୟାରେ ମାଛ

Published By : Bijay Swain | May 26, 2025 5:04 PM

କଟକ, ୨୬/୦୫:  କଟକ ଚୌଧୁରୀ ବଜାର ଅଞ୍ଚଳରେ ଥିବା ଚନ୍ଦନ ପୋଖରୀରେ ମାଛ ମଡକ। ସୋମବାର ସକାଳୁ ହଜାର ହଜାର ସଂଖ୍ୟାରେ ମାଛ ପୋଖରିରେ ମରି ଭାସୁଥିବାର ଦେଖିବାକୁ ମିଳିଛି। ସବୁଦିନ ଭଳି ଆଜି ମଧ୍ୟ ମାଛକୁ ଖାଇବାକୁ ଦେବାକୁ ଲୋକମାନେ ଯେତେବେଳେ ପୋଖରୀ ନିକଟକୁ ଯାଇଥିଲେ ସେତେବେଳେ ହଜାର ହଜାର ସଂଖ୍ୟାରେ ମାଛ ଗୁଡ଼ିକ ମରି ଭାସୁଥିବା ଦେଖିବାକୁ ପାଇଥିଲେ। 

ତେବେ ଏହି ଖବର ପ୍ରଚାରିତ ହେବା ପରେ ପୋଖରୀ ନିକଟରେ ଲୋକଙ୍କ ଭିଡ଼ ଜମିବା ସହ ତୀବ୍ର ଅସନ୍ତୋଷ ଦେଖା ଦେଇଛି। କେହି ବିଷ ଦେଇ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେହିଭଳି ଏହି ପୋଖରୀର କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା କାରଣରୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିମାନେ ଏଠାରେ ନିଶା ସେବନ କରନ୍ତି। ତେଣୁ ସେହି ଅସାମାଜିକ ବ୍ୟକ୍ତିମାନେ ଏହିଭଳି କାର୍ଯ୍ୟ କରିଥାଇ ପାରନ୍ତି ଓ କଟକ ମହାନଗର ନିଗମ ଓ ପୋଲିସ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.