ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର

Published By : Prameya | October 22, 2024 2:34 PM

ଭଦ୍ରକ ୨୨/୧୦ : ଭଦ୍ରକ ଧାମରାଇ ମନ୍ଦିର ନିକଟ ବୈତରଣୀ ମୁହାଣରେ ଅଘଟଣ ।ମାଛଧରା ବେଳେ ବୁଡିଗଲା ବୋଟ୍‌ । ଯାହାଫଳରେ ବୋଟ୍‌ରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ୬ଜଣ ଏକ ବୋଟ୍‌ ଯୋଗେ ମାଛ ଧରିବାକୁ ନଦୀକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ମଝି ନଦୀରେ ମାଛଧରା ବୋଟଟି ପାଣି ବୁଡିଯାଇଥିଲା । ଯାହାଫଳରେ ଡଙ୍ଗାରେ ଥିବା ୬ ଜଣ ବୁଡିଯାଇଥିଲେ । ତେବେ ବୋଟ୍‌ଟି ପାଣିରେ ବୁଡିବା ଦେଖି ତୁରନ୍ତ ସ୍ଥାନୀୟଲୋକ ଓ ଉଦ୍ଧାରକାରୀ ଦଳ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସୁରକ୍ଷିତ ଭାବେ ସମସ୍ତଙ୍କୁ କୂଳକୁ ଅଣାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.