ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ପାଣି ଟାଙ୍କି ସଫା କରିବା ବେଳେ ଅଣନିଃଶ୍ୱାସୀ ହୋଇ ୫ ସଫେଇ କର୍ମଚାରୀଙ୍କ ମୃତ୍ୟୁ

Published By : Prameya | March 9, 2025 5:45 PM

ମୁମ୍ୱାଇ : ମୁମ୍ୱାଇର ନାଗପାଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାଣି ଟାଙ୍କିର ସଫେଇ ବେଳେ ଅଣନିଃଶ୍ୱାସୀ ହୋଇ ୫ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆଜି ଦ୍ୱିପ୍ରହର ସମୟ ୧ଟା ୩୦ମିନିଟ୍‌ରେ ଏହି ଘଟଣା ଘଟିଛି। ତୁରନ୍ତ ଏହି ୫ଜଣ କର୍ମଚାରୀଙ୍କୁ ହସ୍ପିଟାଲକୁ ନିଆଯାଇ ଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଛନ୍ତି। 

ସୂଚନା ଆଧାରରେ, ଏହି ଦୁର୍ଘଟଣା ନାଗପାଡାର ଡିମଟିମକର ରୋଡ୍‌ ସ୍ଥିତ ବିସ୍ମିଲ୍ଲାହ ସ୍ପେସ୍‌ ବିଲ୍ଡିଂରେ ହୋଇଛି। ଏହି ସ୍ଥାନ ଗୁଡ୍‌ ଲକ୍‌ ମୋଟର ଟ୍ରେନିଂ ସ୍କୁଲ୍ ନିକଟସ୍ଥ ମିଣ୍ଟ ରୋଡ୍‌ରେ ଅବସ୍ଥିତ। 

ମୁମ୍ୱାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସବୁ ଶ୍ରମିକଙ୍କୁ ରକ୍ଷା କରି ନିକଟସ୍ଥ କେ ସର୍‌ ଜେ.ଜେ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ , ସେଠାରେ ଡାକ୍ତରମାନେ ତାଙ୍କୁ ମୃତ୍ୟୁ ଘୋଷିତ କରିଛନ୍ତି। 

ବୃହନମୁମ୍ୱାଇ ନଗର ନିଗମ (ବିଏମସି) ଓ ମୁମ୍ୱାଇ ପୁଲିସର ଅଧିକାରୀମାନେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କରିଛନ୍ତି।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.