ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପଣାଯାତ୍ରା ପଡ଼ିଆରେ ଅଘଟଣ : ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ଦୋକାନ

Published By : Suraj Kumar | April 15, 2025 5:17 PM

କୃଷ୍ଣପ୍ରସାଦ,୧୫।୪ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପଣା ଯାତ୍ରା ପଡ଼ିଆରେ ଅଘଟଣ। ରୋଷେଇ କଲା ବେଳେ ଗ୍ୟାସ ଟାଙ୍କି ଫାଟି ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ୫ ଦୋକାନ। ଏହା ଦେଖି  ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। 

ପଣାଯାତ୍ରା ପଡିଆରେ ବ୍ୟବସାୟ କରୁଥିବା ଦୋକାନୀ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା । କ୍ଷଣକ ମଧ୍ୟରେ ନିଆଁ ନିକଟସ୍ଥ ଦୋକାନରେ ଲାଗିଯିବାରୁ ସେହି ଦୋକାନ ଗୁଡିକରେ ଥିବା ରୋଷେଇ ପାଇଁ ଉଦ୍ଦିଷ୍ଟ ଗ୍ୟାସ ଟାଙ୍କି ଗୁଡିକ ଠୋ ଠା ହୋଇ ଫାଟିଥିଲା  ଦୋକାନ ମଧ୍ୟରେ ଥିବା ବ୍ୟବସାୟୀ ମାନେ ଭୟରେ ଦୌଡି ଥିଲେ । କ୍ଷଣକ ମଧ୍ୟରେ ନିଆଁର ପ୍ରକୋପ ଚତୁଃପାର୍ଶ୍ଵରେ ଖେଳିଯାଇଥିଲା । ଦୀର୍ଘ ଦେଢ ଘଣ୍ଟା ଧରି ନିକଟସ୍ଥ ବ୍ୟବସାୟୀ ମାନେ ଦମକଳ ବାହିନୀକୁ ଖବର ଦେବା ସହ ନଳକୂପରୁ ପାଣି ଆଣି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଖବର ପ୍ରସାରିତ ହେବା ପରେ ବଜାରରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ବହୁ ବିଳମ୍ବରେ ମାଲୁଦ ଦମକଳ ବାହିନୀ ପହଞ୍ଚିଥିଲା ।

ଅଗ୍ନିକାଣ୍ଡରେ ଗଞ୍ଜାମ ଓ କାକଟପୁର ଅଞ୍ଚଳର ୧୧ ଜଣ ବ୍ୟବସାୟୀ ବ୍ୟବସାୟ ଉଦ୍ଦେଶ୍ୟରେ ଆଣିଥିବା ଦୋକାନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିଲା । ବ୍ୟବସାୟୀ ତ୍ରିଲୋଚନ ବେହେରା, ଦୀପକ ବେହେରା, ମାଧବ ବେହେରା ପ୍ରମୁଖ ବ୍ୟବସାୟୀ ଦୁଃଖରେ ଭାଙ୍ଗି ପଡିଥିଲେ। ଅଗ୍ନିକାଣ୍ଡରେ ଥାଳିଆ ଗିନା ଗ୍ଳାସ ଖେଳନା ସାମଗ୍ରୀ ଆଦି ଘରକରଣା ସାମଗ୍ରୀ ନିଆଁରେ ଠୋ ଠା ହୋଇ ଫାଟୁଥିବା ବେଳେ ସେଠାକୁ ଯିବାକୁ ଲୋକମାନେ ଭୟଭୀତ ହୋଇପଡିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.