ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଚେନ୍ନାଇରୁ କଲମ୍ୱୋ ଯାଉଥିବା ବିମାନକୁ କଲମ୍ୱୋ ବିମାନ ବନ୍ଦରରେ କଡା ଯାଞ୍ଚ; ପହଲଗାମ ଆକ୍ରମଣର ଆତଙ୍କୀ ଥିବା ନେଇ ରହିଥିଲା ସୂଚନା

Published By : Bijay Swain | May 3, 2025 6:36 PM

Image courtesy: mathrubhumi

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣରେ ସାମିଲ ଥିବା ୬ ଜଣ ସନ୍ଧିଗ୍ଧ ଲୋକ ଶ୍ରୀଲଙ୍କାନ ଏୟାରଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିବା ନେଇ ଖବର ମିଳିବା ପରେ କଲମ୍ୱୋ ଏୟାର ପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉକ୍ତ ବିମାନର କଡା ଯାଞ୍ଚ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଉକ୍ତ ବିମାନରେ ଲସ୍କର-ଏ-ତୋଇବାର କେତେକ ଆତଙ୍କୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ତେଣୁ ଏହି ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା ବୋଲି ଆଧିକାରିକ ସ୍ତରରୁ ସୂଚନା ମିଳିଛି। 

ସୂଚନା ମୁତାବକ, ଚେନ୍ନାଇରୁ ଶ୍ରୀଲଙ୍କା ଯାଉଥିବା ଯାତ୍ରୀବାହି ବିମାନ UL122ଟି କଲମ୍ବୋର ବନ୍ଦାରନାଏକ ଆନ୍ତର୍ଜତିୟ ବିମାନ ବନ୍ଦରରେ ସକାଳ ୧୧.୫୯ ସୁଦ୍ଧା ଅବତରଣ କରିଥିଲା। ତେବେ ବିମାନଟି ଅବତରଣ କରିବା ପୂର୍ବରୁ ଶ୍ରୀଲଙ୍କା କତ୍ତୃପକ୍ଷଙ୍କୁ ବିମାନରେ ପହଲଗାମ ଆକ୍ରମଣକାରୀମାନେ ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଆଉ ଏହାପରେ ବିମାନବନ୍ଦର ସୁରକ୍ଷା କର୍ମୀ, ଶ୍ରୀଲଙ୍କା ପୋଲିସ ଓ ଶ୍ରୀଲଙ୍କା ବାୟୁସେନା ମିଲିତ ଭାବେ ଏକ ଜଏଣ୍ଟ ଅପରେସନ ଆରମ୍ଭ କରିଥିଲେ। 

ଏନେଇ ଶ୍ରୀଲଙ୍କାନ ଏୟାରଲାଇନ୍ସ କତ୍ତୃପକ୍ଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ “ଆମକୁ ସ୍ଥାନୀୟ ଚେନ୍ନାଇ ଏରିଆ କଣ୍ଟ୍ରୋଲ ସେଣ୍ଟର ନିକଟରୁ ଏକ ସୂଚନା ମିଳିଥିଲା। ଯେଉଁଥିରେ କେତେକ ସନ୍ଧିଗ୍ଧ ଲୋକ ଏହି ବିମାନରେ ଯାତ୍ରା କରୁଥିବା ନେଇ ସୂଚନା ରହିଥିଲା। ଏ ସୂଚନା ପାଇବା ପରେ ଆମେ ସଙ୍ଗେସଙ୍ଗେ ଆକ୍ସନ ନେଇଥିଲୁ। ହେଲେ ଆମକୁ ବିମାନରେ କେହି ସେମିତି ସନ୍ଧିଗ୍ଧ ବ୍ୟକ୍ତି ଥିବା ଦେଖାଯାଇ ନଥିଲେ।”

ଜମ୍ମୁ ଓ କାଶ୍ମୀରର ପହଲଗାମ ଅଞ୍ଚଳରେ ଥିବା ବୈସରଣ ଭ୍ୟାଲିରେ ଗତ ଏପ୍ରିଲ ୨୨ ତାରିଖରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ମୋଟ ୫ ଜଣ ଆତଙ୍କୀ ସାମିଲ ରହିଥିଲେ। ଯେଉଁଥିରୁ ୩ ଜଣ ସନ୍ଧିଗ୍ଧ ପାକିସ୍ତାନ ନାଗରିକ ବୋଲି ଭାରତୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।  

ତେବେ ଯାଞ୍ଚ ପ୍ରକ୍ରିୟା ପୁରା ହେବା ପରେ ବିମାନଟି ନିଜର ଅନ୍ୟ ଗନ୍ତବ୍ୟ ସ୍ଥାନ ପାଇଁ ଉଡାଣ ଭରିଥିବା ନେଇ ଶ୍ରୀଲଙ୍କାନା ଏୟାରଲାଇନ୍ସ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.