ପ୍ରମୁଖ ଖବର

ଆଫଗାନିସ୍ତାନରେ ପୁଣିଥରେ ବନ୍ୟା, ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣିଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଫଗାନିସ୍ତାନର ଗୋର ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ହଠାତ୍ ବନ୍ୟା ସୃଷ୍ଟି ହୋଇଛି । ବନ୍ୟାରେ ପ୍ରଭାବିତ ହୋଇ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ତାଲିବାନର ଜଣେ ଅଧିକାରୀ ଆଜି (ଶନିବାର) ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଗୋର ପ୍ରଦେଶର ରାଜ୍ୟପାଳଙ୍କ ମୁଖପାତ୍ର ଅବଦୁଲ ୱାହିଦ ହାମାସ କହିଛନ୍ତି ଯେ ଏଥିରେ ବହୁ ଲୋକ ନିଖୋଜ ଅଛନ୍ତି।

ଅବଦୁଲ ୱାହିଦ ହାମାସ କହିଛନ୍ତି ଯେ, ଶୁକ୍ରବାରର ବନ୍ୟା ପରେ ରାଜଧାନୀ ଫିରୋଜ କୋହ ସମେତ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଘର ଓ ସମ୍ପତ୍ତି ନଷ୍ଟ ହୋଇଛି । ବନ୍ୟା ଯୋଗୁଁ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏଥି ଯୋଗୁଁ ଏହି ପ୍ରଦେଶକୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡିବ । 

ଏହା ପୂର୍ବରୁ ଆଫଗାନିସ୍ତାନର ଉତ୍ତର ପ୍ରାନ୍ତ ବାଗଲାନରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା । ସେତେବେଳେ ମିଳିତ ଜାତିସଂଘର ଖାଦ୍ୟ ଏଜେନ୍ସି କହିଥିଲା ଯେ ଆଫଗାନିସ୍ତାନରେ ହଠାତ୍ ବନ୍ୟାରେ ୩ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ୧ ହଜାରରୁ ଅଧିକ ଘର ମଧ୍ୟ ନଷ୍ଟ ହୋଇଯାଇଛି । ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.