ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ୟୁକ୍ରେନର ଏହି ଦାବିରେ ନାଟୋ ଦେଶକୁ ରୁଷ୍ ଦେଲା ଧମକ : ଆମେରିକା ୟୁ-ଟର୍ଣ୍ଣ ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ : ୟୁକ୍ରେନର ଅଜବ ଦାବିରେ ବିଚଳିତ ରୁଷ୍‌। ଯାହାକୁ ନେଇ ରୁଷ୍‌ ଭୀଷଣ ଭାବେ ଉତ୍ତେଜିତ ହୋଇ ଉଠିଛି। ଆଉ ପଶ୍ଚିମୀ ଦେଶ ଗୁଡ଼ିକୁ ଦେଇଛି ଧମକ। ଘଟଣାଟି ହେଲା ଏହା ଯେ, ରୁଷ୍‌ ସହ ଭୀଷଣ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଆମେରିକା ସମେତ ଅନେକ ପଶ୍ଚିମୀ ଦେଶକୁ ବିଶେଷ କରି, ନାଟୋର ସଦସ୍ୟ ଦେଶ ଗୁଡ଼ିକୁ ଏମିତି ଦାବି କରିଛି କି, ଏଥିରେ ରୁଷ୍‌ ବ୍ୟସ୍ତ ହୋଇ ଉଠିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ ଧମକ ଦେଇ କହିଛନ୍ତି, ଯଦି ପଶ୍ଚିମୀ ଦେଶ ଗୁଡ଼ିକ ୟୁକ୍ରେନର ଏହି ଦାବିକୁ ମାନନ୍ତି ତ ଏହାର ପରିଣାଣ ବିପଜ୍ଜନକ ହେବ। 

ଉଲ୍ଲେଖନୀୟ ଯେ, ୟୁକ୍ରେନ ନାଟୋ ଦେଶ ଗୁଡ଼ିକୁ ଦାବି କରିଛି କି, ସେମାନେ ତା ଉପରେ ଲଗେଇ ଥିବା ଅସ୍ତ୍ରଶସ୍ତ୍ରର ପ୍ରତିବନ୍ଧକକୁ ହଟେଇ ଦିଅନ୍ତୁ, ଯାହାକି ସେ ପଶ୍ଚିମୀ ଦେଶ ଗୁଡ଼ିକରୁ ମିଳୁଥିବା ଅସ୍ତ୍ରଶସ୍ତ୍ରର ବ୍ଯବହାର କରି , ୟୁକ୍ରେନର ଭୌଗୋଳିକ ସୀମା ସେପଟେ ରୁଷ୍‌ ଉପରେ ହମଲା କରି ପାରିବ।ୟୁକ୍ରେନର ଏହି ଦାବିକୁ ନେଇ ନାଟୋ ଦେଶ ଗୁଡ଼ିକ ବିଚାର ଆରମ୍ଭ କରି ଦେଇଛନ୍ତି। ନାଟୋ ଦେଶର ବିଦେଶ ମନ୍ତ୍ରୀଙ୍କୁ ନେଇ ଚେକ୍‌ ଗଣରାଜ୍ୟର ରାଜଧାନୀ ପ୍ରାଗ୍‌ରେ ଆଜି ଠାରୁ ଦୁଇ ଦିବସୀୟ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ନାଟୋ ଦେଶଗୁଡ଼ିକର ବିଦେଶ ମନ୍ତ୍ରୀ ଏହି କଥା ଉପରେ ମାନସମନ୍ଥନ କରିବେ ଯେ, ୟୁକ୍ରେନକୁ ରୁଷ୍‌ ଭିତରେ ହମଲା କରିବା ପାଇଁ ପଶ୍ଚିମୀ ଦେଶ ଗୁଡ଼ିକ ଦେଉଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାକୁ ଅନୁମତି ଦିଆ ଯିବା ଉଚିତ୍‌ ହେବ କି ନାହିଁ ?  କହି ରଖୁଛୁ କି ପଶ୍ଚିମୀ ଦେଶ ଗୁଡ଼ିକ କିଭ୍‌କୁ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଇବା ସମୟରେ ଏହି ପ୍ରତିବନ୍ଧକ ଲଗେଇ ଥିଲେ କି ତାର ବ୍ୟବହାର ରୁଷୀୟ ସୀମାରେ କରାଯିବ ନାହିଁ। 

ୟୁକ୍ରେନ ଦୀର୍ଘ ଦିନରୁ ମିତ୍ର ଦେଶଗୁଡ଼ିକ ବିଶେଷକରି ଆମେରିକା ଉପରେ ଚାପ ପକାଇବାରେ ଲାଗିଛି କି, ସେ ଏହି ପ୍ରତିବନ୍ଧକ ଗୁଡ଼ିକୁ ହଟେଇ ନେଉ , ଯାହାକି ସେ ରୁଷ ସହ ଯୁଦ୍ଧରେ ମୁକାବିଲା କରି ପାରିବ ଏବଂ ତାଙ୍କର ହତିଆରକୁ ବ୍ୟବହାର କରି ପାରିବ। ଏହିସବୁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ବହୂ ଦୂର ଯାଏ ଆକ୍ରମଣର କ୍ଷମତା ରହିଛି। ଆମେରିକା ଭଳି ଦେଶଗୁଡ଼ିକୁ ଭୟ କି ତାଙ୍କର ଅସ୍ତ୍ରର ବ୍ୟବହାରରେ ବଡ଼ ଯୁଦ୍ଧ ସୃଷ୍ଟି ହୋଇ ପାରେ ଏବଂ ଏହା ବିରୋଧରେ ରୁଷ୍‌ ନାଟୋ ଦେଶ ଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରିପାରେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.