ପ୍ରମୂଖ ଖବର

ରାଫାର ହତ୍ୟାକାଣ୍ଡକୁ ନେଇ ଚିନ୍ତାବ୍ୟକ୍ତ କଲା ଭାରତ , ପୁଣି ଫିଲିସ୍ତିନୀ ଦେଶକୁ କଲା ସମର୍ଥନ

ନୂଆଦିଲ୍ଲୀ : ରାଫାରେ ହେଉଥିବା ମୃତ୍ୟୁ ଖୁବ୍‌ ଚିନ୍ତାଜନକ ବୋଲି ଗୁରୁବାର କହିଛି ଭାରତ। ଏହା ବ୍ୟତୀତ ଭାରତ ପୁଣି ଥରେ ଫିଲିସ୍ତିନୀର ମାମଲାକୁ ସମର୍ଥନ କରିଛି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୈସୱାଲ କହିଛନ୍ତି, ରାଫାରେ ବିସ୍ଥାପନ ଶିବିରରେ ନାଗରିକଙ୍କ ଜୀବନ ଯିବାର ହୃଦୟ ବିଦାରକ ଘଟଣା ଗଭୀର ଚିନ୍ତାର ବିଷୟ। ମିଡ଼ିଆ ବ୍ରିଫିଂରେ ଜୈସୱାଲ କହିଛନ୍ତି କି ଭାରତ ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନର ପାଳନର ଆହ୍ୱାନ କରିଥାଏ।  

ଗାଜା ପଟ୍ଟିରେ ରାଫାରେ ଇସ୍ରାଏଲୀୟ ହମଲା ପରେ ସ୍ଥିତି ଉପରେ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି , ରାଫାରେ ବିସ୍ଥାପନ ଶିବିରରେ ନାଗରିକଙ୍କ ଜୀବନର ହୃଦୟଥରା କ୍ଷତି ଗଭୀର ଚିନ୍ତାର ବିଷୟ ସାଜିଛି। ଆମେ ଲଗାତାର ନାଗରିକଙ୍କ ସୁରକ୍ଷା ଓ ଜାରି ସଂଘର୍ଷରେ ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନର ସମ୍ମାନର ଆହ୍ୱାନ କରିଛୁ। ଆମେ ଏହା ବି ଧ୍ୟାନ ଦେଉଛୁ କି ଇସ୍ରାଏଲୀୟ ପକ୍ଷ ପୂର୍ବରୁ ହିଁ ଏହାକୁ ଏକ ଦୁଃଖଦ ଦୁର୍ଘଟଣା ଭାବେ ସ୍ୱୀକାର କରିନେଇଛି ଏବଂ ଘଟଣାର ଯାଞ୍ଚ ନେଇ ଘୋଷଣା କରିଛି। 

ଉଲ୍ଲେଖନୀୟ ଯେ, ଦକ୍ଷିଣୀ ଗାଜା ସହର ରାଫା ଉପରେ ଇସ୍ରାଏଲୀୟ ହମଲାକୁ ବ୍ୟାପକ ନିନ୍ଦା କରାଯାଉଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି କି, ହମଲାରେ ଅତି କମ୍‌ରେ ୪୫ ଫିଲିସ୍ତିନୀ ମରି ଯାଇଛନ୍ତି, ଯେଉଁଥିରେ ଅନେକ ବିସ୍ଥାପିତ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି , ଯିଏ ରବିବାର ନିଆଁରେ ଜଳି ଯାଇଥିବା ଟେଣ୍ଟରେ ରହୁଥିଲେ। ଉକ୍ତ ଘଟଣା ଯୋଗୁଁ ସୋସିଆଲ ମିଡ଼ିଆରେ ଆକ୍ରୋଶ ଓ ଏକତ୍ରର ଲହରୀ ସୃଷ୍ଟି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.