ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଲୋକସଭା ନିର୍ବାଚନ ୨୦୨୪ : ୟୁପିରେ ମୋଦି-ଯୋଗୀଙ୍କ ଯୋଡ଼ି ରଚିବ ଇତିହାସ

ନୂଆଦିଲ୍ଲୀ – ୭ମ ପର୍ଯ୍ୟାୟର ୧୩ଟି ସିଟ୍‌ରେ ମତଦାନ ସହ ଉତ୍ତର ପ୍ରଦେଶରେ ନିର୍ବାଚନର ସବୁ ପର୍ଯ୍ୟାୟ ପୂରା ହୋଇଛି। ୫ଟି ଏଜେନ୍ସିର ସର୍ଭେ କହୁଛି ବିଜେପି ଉତ୍ତର ପ୍ରଦେଶରେ ୨୦୧୯ ଠାରୁ ଖୁବ୍‌ ଭଲ ପ୍ରଦର୍ଶନ କରିବାକୁ ଯାଉଛି। ସେଠାରେ ବର୍ତ୍ତମାନ ସୁଦ୍ଧା ଆସିଥିବା ଏକଜିଟ୍‌ ପୋଲ୍‌ର ଫଳାଫଳ ଅନୁସାରେ , ବିଜେପିର ନେତୃତ୍ୱର ଏନଡିଏ ପୁଣି ଥରେ ଦେଶର କ୍ଷମତାରେ ରହିବାର ଅନୁମାନ କରାଯାଉଛି। ଏହାକୁ ଦେଖି ଉତ୍ତର ପ୍ରଦେଶର ଫଳାଫଳ ବି ବିଜେପି ପକ୍ଷରେ ଯିବାର ଦେଖିବାକୁ ମିଳୁଛି। ପ୍ରଦେଶର ୮୦ ଟି ସିଟ୍‌ରେ ୭ଟି ପର୍ଯ୍ୟାୟରେ ମତଦାନ କରାଯାଇଛି। ଚଳିତ ବର୍ଷର ମୁଖ୍ୟ ମୁକାବିଲା ବିଜେପି ନେତୃତ୍ୱାଧିନ ଏନଡିଏ ଓ ସପା-କଂଗ୍ରେସର ଇଣ୍ଡିଆ ମେଣ୍ଟ ମଧ୍ୟରେ ରହିଛି। ଅନ୍ୟପଟେ ବହୁଜନ ସମାଜ ପାର୍ଟି (ବସପା) ସମସ୍ତ ୮୦ଟି ସିଟ୍‌ରେ ନିଜର ପ୍ରାର୍ଥୀ ଠିଆ କରିଛି ।

ଆସନ୍ତୁ ଜାଣିବା କେଉଁ ଏଜେନ୍ସି କଣ ଆକଳନ କରିଛି –

ଇଣ୍ଡିଆ ନ୍ୟୁଜ୍‌ ଡି-ଡାଇନାମିକ୍ସର ସର୍ଭେ ଅନୁସାରେ, ୮ଟି ସିଟ୍‌ରେ ଏନଡିଏ ଖାତାରେ ୬୯ଟି ଥିବାବେଳେ ଇଣ୍ଡିଆ ମେଣ୍ଟର ୧୧ ଓ ବସପାର ୦୦ ରହିଛି। 

ଜନ୍‌ କି ବାତ୍‌ର ସର୍ଭେ ଅନୁସାରେ, ଏନଡିଏ ୬୮-୭୪ , ଇଣ୍ଡିଆ ମେଣ୍ଟର ୧୨-୬ , ବସପାର ୦୦ ରହିଛି। ନ୍ୟୁଜ୍‌ ନେସନର ସର୍ଭେ ମୁତାବିକ , ଏନଡିଏ ୬୭ , ଇଣ୍ଡିଆ ମେଣ୍ଟର ୧୦ , ବସପା  ୦୦ ଅଛି। ରିପବ୍ଲିକ୍‌ ଭାରତ ମାଟ୍ରିଜ୍‌ ଅନୁସାରେ ଏନଡିଏ ୬୯-୭୪, ଇଣ୍ଡିଆ ମେଣ୍ଟର ୬-୧୧ ଓ ବସପାର ୦୦ ରହିଛି। ରିପବ୍ଲିକ୍‌ ଟିଭି –ପି ଏମଏଆରକ୍ୟୁ ଅନୁସାରେ  ଏନଡିଏ ୬୯ ଇଣ୍ଡିଆ ମେଣ୍ଟର ୧୧ ଓ ବସପାର ୦୦ ଅନୁମାନ କରାଯାଉଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.