ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରତି ନିର୍ବାଚନରେ ଚାଣକ୍ୟ ଦେଇଛି ଆଶ୍ଚର୍ଯ୍ୟକର ଏକଜିଟ୍ ପୋଲ୍ , ଏହିଥର ବି ସମସ୍ତେ ହେବେ ଚକିତ ...ଜାଣନ୍ତୁ

ନୂଆଦିଲ୍ଲୀ – ଲୋକସଭା ନିର୍ବାଚନର ୭ମ ପର୍ଯ୍ୟାୟର ମତଦାନ ଶେଷ ହେବା କ୍ଷଣି ନ୍ୟୁଜ୍‌ ୨୪ – ଟୁଡେଜ୍‌ ଚାଣକ୍ୟର ଏକଜିଟ୍‌ ପୋଲ୍‌ ପୁଣି ଥରେ ଚର୍ଚ୍ଚାରେ ରହିଛି। ଆପଣଙ୍କୁ କହି ରଖୁଛୁ କି ଜୁନ ୧ର ସନ୍ଧ୍ୟାରେ ଚାଣକ୍ୟ ସହ ଆହୁରି ଅନେକ ନ୍ୟୁଜ୍‌ ଏଜେନ୍ସିମାନେ ମଧ୍ୟ ନିଜର ଏକଜିଟ୍‌ ପୋଲ ବାହାର କରିଛନ୍ତି। ଅନେକ ଅଲଗା ଅଲଗା ନ୍ୟୁଜ୍‌ ଚ୍ୟାନେଲ୍ସ ଓ ଏଜେନ୍ସିଙ୍କ ପୋଲ ଅନୁସାରେ ଏହି ଥର ପୁଣି ମୋଦି ସରକାର ଫେରିବାକୁ ଯାଉଛି। ଭିନ୍ନ ଭିନ୍ନ ଏକଜିଟ୍‌ ପୋଲ ଅନୁସାରେ , ଚଳିତ ଥର ଏନଡିଏକୁ ୨୯୦ରୁ ୩୬୦ ସିଟ୍‌ ମଧ୍ୟରେ ମିଳୁଛି। ଅନ୍ୟପଟେ ଇଣ୍ଡିଆ ମେଣ୍ଟକୁ ୧୨୦-୧୬୦ ସିଟ୍‌ ମଧ୍ୟରେ ମିଳିବାର ଅନୁମାନ । ଏବେ ଯଦି ଚାଣକ୍ୟର ଏକଜିଟ୍‌ ପୋଲ୍ ଅନୁସାରେ କହିବା ତ ଏନଡିଏ ସରକାର ପୁଣି ଫେରୁଛି । 

ଦିଲ୍ଲୀ – ଚାଣକ୍ୟ ଏକଜିଟ୍‌ ପୋଲ ଅନୁସାରେ , ଦିଲ୍ଲୀରେ ବିଜେପିକୁ ସିଟ୍‌ରେ କ୍ଷତି ହେବାର ଦେଖିବାକୁ ମିଳୁଛି। ଏଠାରେ ବିଜେପିକୁ ୬ଟି ସିଟ୍‌ ମିଳିପାରେ। ଗୋଟିଏ ସିଟ୍ ହରାଇବାର ସମ୍ଭାବନା ରହିଛି। 

ଝାଡ଼ଖଣ୍ଡ - ଚାଣକ୍ୟ ଏକଜିଟ୍‌ ପୋଲ ଅନୁସାରେ, ଚଳିତ ଥର ଝାଡ଼ଖଣ୍ଡରେ ୧୪ଟି ସିଟ୍‌ରୁ ୧୨ଟି ସିଟ୍‌ ବିଜେପିକୁ ମିଳିବାକୁ ଯାଉଛି। ଏହି ଏକଜିଟ୍‌ ପୋଲ୍‌ ଅନୁସାରେ , ଇଣ୍ଡିଆ ମେଣ୍ଟକୁ ରାଜ୍ୟରେ ଦୁଇଟି ସିଟ୍‌ରେ ଜିତିବାର ଦେଖିବାକୁ ମିଳୁଛି।

ମଧ୍ୟ ପ୍ରଦେଶ – ଚାଣକ୍ୟ ଏକଜିଟ୍‌ ପୋଲ ଅନୁସାରେ, ଉତ୍ତର ପ୍ରଦେଶରେ ବିଜେପିକୁ ୨୯ ସିଟ୍‌ ମଧ୍ୟରୁ ସବୁ ୨୯ ସିଟ୍‌ ମିଳିବା ଅନୁମାନ ରହିଛି। ଚାଣକ୍ୟ ଅନୁସାରେ ଇଣ୍ଡିଆ ମେଣ୍ଟକୁ ଏହିଥର ଏଠାରେ ଗୋଟିଏ ବି ସିଟ୍‌ ମିଳିବାର ଦେଖା ଯାଉନି। 

ହରିଆଣା - ଚାଣକ୍ୟ ଏକଜିଟ୍‌ ପୋଲ ଅନୁସାରେ, ଏଠାରେ ବିଜେପି କ୍ଷତି ଦେଖିବାକୁ ମିଳୁଛି । ଏହି ପୋଲ୍‌ ଅନୁସାରେ ଏକଜିଟ୍‌ ପୋଲ୍‌ର ୧୦ ସିଟ୍‌ ମଧ୍ୟରୁ ବିଜେପି ଖାତାରେ ୬ଟି ସିଟ୍‌ ଜିତିବାର ଅନୁମାନ । କଂଗ୍ରେସକୁ ଏଠାରେ ୪ଟି ସିଟ୍‌ରେ ବିଜୟ ମିଳିବାର ସମ୍ଭାବନା। 

ଗୁଜରାଟ –ଚାଣକ୍ୟ ନିଜର ଏକଜିଟ୍‌ ପୋଲ୍‌ରେ କହିଛି ଗୁଜରାଟର ସବୁ ସିଟ୍‌ ବିଜେପି ଖାତାକୁ ଯିବ। ଏଠାରେ ସମସ୍ତ ୨୬ଟି ସିଟ୍‌ରେ ବିଜେପି କବଜା କରିବ।

ମହାରାଷ୍ଟ୍ର – ଏହି ଏକଜିଟ୍‌ ପୋଲ୍‌ ଅନୁସାରେ , ମହାରାଷ୍ଟ୍ରରେ ଏନଡିଏକୁ ୩୩ସିଟ୍‌ ମିଳିବ । ସେପଟେ ଇଣ୍ଡିଆ ଗଠବନ୍ଧନ ଖାତାରେ ୧୫ଟି ସିଟ୍‌ ରହିପାରେ। 

ରାଜସ୍ଥାନ -  ଏକଜିଟ୍‌ ପୋଲ ଅନୁସାରେ , ରାଜସ୍ଥାନରେ ବିଜେପିକୁ ୨୫ରୁ୨୨ ଟି ସିଟ୍‌ ମିଲିବାର ଦେଖିବାକୁ ମିଳୁଛି। ଅନ୍ୟପଟେ ଇଣ୍ଡିଆ ମେଣ୍ଟକୁ ଏଠାରେ ଦୁଇଟି ସିଟ୍‌ ମିଳିପାରେ।

ପଶ୍ଚମବଙ୍ଗ – ପଶ୍ଚିମବଙ୍ଗରେ ଚଳିତ ଥର ନିର୍ବାଚନରେ ବିଜେପିକୁ ବଡ଼ ଲାଭ ମିଳିବାର ନଜର ଆସୁଛି। ଗତ ନିର୍ବାଚନରେ ବିଜେପିକୁ ଏଠାରେ ୧୮ଟି ସିଟ୍‌ ମିଳି ଥିଲା , କିନ୍ତୁ ଏହିଥର ବିଜେପିକୁ ଏଠାରେ ୨୪ଟି ସିଟ୍‌ ମିଳିବାର ଅନୁମାନ । ଟିଏମସିକୁ ୧୭ଟି ସିଟ୍‌ ମିଳିପାରେ। 

ପୂର୍ବରୁ ମଧ୍ୟ ସତ ପ୍ରମାଣିତ ହୋଇଥିଲା ଚାଣକ୍ୟର ଭବିଷ୍ୟବାଣୀ – 

୨୦୧୪ର ମୋଦି ଲହର ପୂରା ସଠିକ୍‌ ଭାବେ ମାପି ଥିଲା ଚାଣକ୍ୟ । ଏହା ଏନଡିଏ ପାଇଁ ୩୪୦ ସିଟ୍‌ କହିଥିଲା। ଅନ୍ୟପଟେ ୟୁପିଏ ପାଇଁ କେବଳ ୭୦ ସିଟ୍‌ର ଆକଳନ କରିଥିଲା। ଯେବେ ଫଳ ଆସିଲା ଏନଡିଏକୁ ୩୩୬ ସିଟ୍‌ ଓ ୟୁପିଏକୁ ୬୬ ସିଟ୍‌ ମିଳିଥିଲା। ଦିଲ୍ଲୀ ବିଧାନସଭାରେ ଚାଣକ୍ୟ ଆମ୍‌ ଆଦମୀ ପାର୍ଟି ପାଇଁ ୩୧ ସିଟ୍‌ର ଅନୁମାନ କରି କହିଥିଲା। ଯେବେ ଫଳ ଆସିଲା ତ ଆପ୍‌କୁ ମୋଟ୍‌ ୨୮ଟି ସିଟ୍‌ ମିଳିଥିଲା। ୨୦୧୯ର ଲୋକସଭା ନିର୍ବାଚନରେ ଚାଣକ୍ୟ ଏନଡିଏକୁ ୩୩୬-୩୬୪ ସାଂସଦ ଚୟନ କରି ଆସିବାର କହିଥିଲା। ଅନ୍ୟପଟେ ୟୁପିଏ ପାଇଁ ୮୬-୧୦୪ ସିଟ୍‌ର ଅନୁମାନ କରିଥିଲା। ଯେବେ ଫଳ ଆସିଲା ତ ଏନଡିଏକୁ ୩୫୩ ଓ ୟୁପିଏକୁ ୯୧ ସିଟ୍‌ ମିଳିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.