ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୨ ବର୍ଷୀୟଙ୍କ ପେଣ୍ଟିଂ ୫.୮୦ ଲକ୍ଷରେ ବିକ୍ରି, ନ୍ୟୁୟର୍କ ସିଟି ଗ୍ୟାଲେରୀରେ ହେବ ପ୍ରଦର୍ଶନ

ନୂଆଦିଲ୍ଲୀ ୦୧/୦୬: ଜର୍ମାନୀର ୨ ବର୍ଷୀୟ ଶିଶୁ ଲରେଣ୍ଟ୍‌ ସ୍କୱାର୍ଜଙ୍କୁ ନେଇ ଏବେ ବିଶ୍ୱରେ ଚର୍ଚ୍ଚା । ମା’ ଗର୍ଭରେ ତାଙ୍କର ପ୍ରତିଭା ବିକଶିତ ହୋଇଥିଲା ବୋଲି ଲୋକେ କହୁଛନ୍ତି । ଲରେଣ୍ଟ୍‌ ଜନ୍ତୁଙ୍କୁ ଚିତ୍ରିତ କରିବାର ପେଣ୍ଟିଂ ଜରିଆରେ କଳା ଦୁନିଆରେ ଚହଳ ପକାଇଛନ୍ତି । ତାଙ୍କ ପେଣ୍ଟିଂଗୁଡ଼ିକ ୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଗତବର୍ଷ ପରିବାର ସହ ଛୁଟିରେ ଯାଇଥିବାବେଳେ ଲରେଣ୍ଟ୍‌ଙ୍କ ଚିତ୍ରକଳା ଯାତ୍ରା ଆରମ୍ଭ ହୋଇଥିଲା । ରିସର୍ଟର ଆକ୍ଟିଭିଟି ରୁମ୍‌ରେ ସେ କଳା ପ୍ରତି ରୁଚି ପ୍ରଦର୍ଶନ କରିଥିଲେ । ଘରକୁ ଫେରିବା ପରେ ମା’ବାପା ତାଙ୍କୁ ଏକ ଆର୍ଟ ଷ୍ଟୁଡିଓ ପ୍ରଦାନ କଲେ ।

ଲରେଣ୍ଟ୍‌ଙ୍କ ପେଣ୍ଟିଂରେ ହାତୀ, ଡାଇନୋସର ଓ ଘୋଡ଼ା ଭଳି ଜନ୍ତୁଙ୍କ ଛବିର ନିଆରା ମିଶ୍ରଣ ଦେଖିବାକୁ ମିଳେ । ଚିକ୍‌ମିକ୍‌ ରଙ୍ଗ ଲରେଣ୍ଟ୍‌ଙ୍କର ଖାସ୍‌ ପ୍ରିୟ ବୋଲି ମା’ ଲିସା କହିଛନ୍ତି । ତାଙ୍କ ପ୍ରତିଭା ଦେଖି ଲିସା ତାଙ୍କ ପେଣ୍ଟିଂ ପାଇଁ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଖୋଲିଲେ । ତାହା ଖୁବ୍‌ଶୀଘ୍ର ଲୋକପ୍ରିୟତା ହାସଲ କଲା । ଚାହୁଁ ଚାହୁଁ ୨ ବର୍ଷୀୟ ଲରେଣ୍ଟ୍‌ଙ୍କର ୨୯,୦୦୦ରୁ ଅଧିକ ଫଲୋଅର ହୋଇଗଲେ । ଲିସା ଏବେ ଲରେଣ୍ଟ୍‌ଙ୍କ ପେଣ୍ଟିଂଗୁଡ଼ିକୁ ଅନ୍‌ଲାଇନ୍‌ ବିକ୍ରି ଆରମ୍ଭ କରିଛନ୍ତି । 

ନିକଟରେ ମ୍ୟୁନିଚରେ ଅନୁଷ୍ଠିତ ସବୁଠୁ ବଡ଼ ଆର୍ଟ ମେଳାରେ ସଫଳ ଶୁଭାରମ୍ଭ ପରେ ଲରେଣ୍ଟ୍‌ଙ୍କ ପେଣ୍ଟିଂ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇଛି । ତାଙ୍କ ପେଣ୍ଟିଂକୁ ନେଇ ନ୍ୟୁୟର୍କ ସିଟି ଗ୍ୟାଲେରୀରେ ଏକ ପ୍ରଦର୍ଶନୀ ନିମନ୍ତେ ଆଲୋଚନା ଚାଲିଛି । ଲିସା ତାଙ୍କ କଳାତ୍ମକ ସ୍ୱାଧୀନତାକୁ ପ୍ରାଥମିକତା ଦେଉଛନ୍ତି । ଲରେଣ୍ଟ୍‌ କେତେବେଳେ କ’ଣ ପେଣ୍ଟ୍‌ କରିବେ, ତାହା ସମ୍ପୂର୍ଣ୍ଣ ରୂପେ ତାଙ୍କ ଉପରେ ନିର୍ଭର କରେ । ଲରେଣ୍ଟ୍‌ଙ୍କ ପୂର୍ବରୁ ଘାନାର ଏସ-ଲିୟାନ ନାନା ସ୍ୟାମ୍‌ ଅଂକ୍ରାହଙ୍କୁ ନିକଟରେ ସର୍ବକନିଷ୍ଠ କଳାକାର ଭାବେ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ ଦ୍ୱାରା ମାନ୍ୟତା ପ୍ରଦାନ କରାଯାଇଛି । ସେ ମାତ୍ର ୬ ମାସ ବୟସରେ ପେଣ୍ଟିଂ ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.