ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ବସ୍ତି, ଦଙ୍ଗା ସହ ଜଡିତ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ପାକିସ୍ତାନର ଏକ ଅଦାଲତ ୯ ମେ ୨୦୨୩ ହିଂସା ସହ ଜଡିତ ଦୁଇଟି ମାମଲାରେ ଇମ୍ରାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଦର୍ଶାଇ ଅଦଲତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତ ବର୍ଷ ମେ ୯ ରେ ଏକ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ପ୍ରତିଷ୍ଠାତା ଇମ୍ରାନ ଖାନ ସମ୍ବେଦନଶୀଳ ସାମରିକ ସ୍ଥାପନ ସମେତ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା ।

ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ବିରୋଧରେ ଶାହାଜାଦ ଟାଉନ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଦୁଇଟି ମାମଲାକୁ ଚ୍ୟାଲେଞ୍ଜ କରୁଥିବା ଏହି ଆବେଦନକୁ ଇସଲାମାବାଦ ଜିଲ୍ଲାର ଜୁଡିସିଆଲ ମାଜିଷ୍ଟ୍ରେଟ ଓମାର ଶବୀର ଅନୁମୋଦନ କରିଛନ୍ତି । ଅଦାଲତ ୭୧ ବର୍ଷୀୟ ଇମ୍ରାନ ଖାନ୍‌ଙ୍କୁ ନିର୍ଦ୍ଦୋଶ କରିବା ନେଇ ନିଜ ଆଦେଶରେ କହିଛନ୍ତି ଯେ, ଅଭିଯୋଗକାରୀଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପ୍ରମାଣ ଉପସ୍ଥାପିତ ହୋଇ ନ ଥିବାରୁ ପିଟିଆଇ ପ୍ରତିଷ୍ଠାତା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।  

ଜୁଡିସିଆଲ ମାଜିଷ୍ଟ୍ରେଟ ସାହିବ ବିଲାଲ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାନଙ୍କ ବିରୋଧରେ ଉଭୟ ମାମଲା ଇସଲାମାବାଦର ଖାନ୍ନା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିଲା। ଦୀର୍ଘ ପ୍ରଦର୍ଶନ ଏବଂ ଧାରା ୧୪୪ ର ଉଲ୍ଲଂଘନ ପାଇଁ ପିଟିଆଇ ପ୍ରତିଷ୍ଠାତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଖାନଙ୍କ ଗିରଫ ପରେ ତାଙ୍କର ହଜାର ହଜାର ସମର୍ଥକ ଏବଂ ଦଳର କର୍ମକର୍ତ୍ତା ଜିନ୍ନା ହାଉସ୍ (ଲାହୋର କର୍ପସ କମାଣ୍ଡର ହାଉସ୍), ମିଆନୱାଲି ଏୟାରବେସ୍ ଏବଂ ଫୈସଲାବାଦରେ ଆଇଏସ୍ଆଇ କୋଠା ସମେତ ସାମରିକ ସ୍ଥାପନକୁ ଭଙ୍ଗାରୁଜା କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.