ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାନଦୀରେ ଜଳସ୍ତର ବୃଦ୍ଧି; ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ପାଣି ଘେରରେ ମାରଡ଼ା ଗାଁ…

Published By : Ladu Kishor | July 27, 2025 6:53 PM

ହରଭଙ୍ଗା ୨୭/୦୭: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଫଳରେ ମହାନଦୀରେ ମଧ୍ୟ ପ୍ରତି ଘଣ୍ଟାରେ ଦୁଇ ଫୁଟ ଲେଖା ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାଇ ବର୍ତମାନ କୁସଙ୍ଗ ପଞ୍ଚାୟତର ମାରଡ଼ା ଗାଁ ଟି ସମ୍ପୂର୍ଣ ପାଣି ଘେରରେ ଅଛି। ଉଦଣ୍ଡି ନାଳରେ ଦଶଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇ ପଡ଼ିଛି । ବିଶେଷ କରି ହରଭଙ୍ଗା ବ୍ଲକର ନଦୀ କୁଳିଆ ଅଞ୍ଚଳ ହରଭଙ୍ଗା, ପାଣି ଘରା, ବୁଲୁରା, ଖଣ୍ଡି ଧଳପୁର, କୁମାରୀ, ଅତଳସରା,ତିରୋଡ ଆଦି ୩୧ ଟି ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ବର୍ତମାନ ଅଞ୍ଚଳର ଚାଷୀ ମାନଙ୍କ ଚାଷ କାର୍ଯ୍ୟ ସମ୍ପୂର୍ଣ ହେବାକୁ ବସିଥିବା ବେଳେ ବନ୍ୟାଜଳ ଚାଷ ଜମି ସବୁକୁ ଜଳମଗ୍ନ କରିଦେଇଛି। ଏହି ପରିପେକ୍ଷୀରେ ବନ୍ୟା ଆଶଙ୍କା ଲୋକ ମାନଙ୍କୁ ଭୟଭିତ କରୁଚି। ଆଜି ବୌଦ୍ଧରେ ବନ୍ୟାଜଳ ୮୬.୮୦ ମିଟର ଲେବୁଲ ଥିବା ବେଳେ, ବିପଦ ସଂକେତ ହେଉଚି ୮୭.୮୦ ମିଟର। ତେଣୁ ପ୍ରଶାସନ ପକ୍ଷରୁ ସମଗ୍ର ତଳି ଅଞ୍ଚଳକୁ ସତର୍କ କରାଯାଇଅଛି । ଏ ଦିଗରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ କରିଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୁଳିଆ ବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ବାବଦରେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସମଗ୍ର ବନ୍ୟାଅଞ୍ଚଳ ଉପରେ ସତର୍କ ଦୃଷ୍ଟି ଦେବା ସହ ସଜାଗ ଅଛୁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.