ପ୍ରମୂଖ ଖବର
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ

Published By : Tapas Panda | August 3, 2025 6:58 PM

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ବନ୍ୟା । ପ୍ରବଳ ବର୍ଷ ପରେ ବନ୍ୟା ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ୧୪ଟି ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ବନ୍ୟା । ପାଣିପାଗ ବିଭାଗ ରବିବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ବଜ୍ରପାତର ସତର୍କତା ମଧ୍ୟ ଜାରି କରିଛି । ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଉଛି, ପ୍ରୟାଗରାଜ, ଜାଲୌନ, ଅରାୟା, ହମିରପୁର, ଆଗ୍ରା, ମିର୍ଜାପୁର, ବାରଣାସୀ, କାନପୁର, ବଲିଆ ବାନ୍ଦିଆ, ଇଟାୱା, ଫତେହପୁର,କାନପୁର ନାଗର ଓ ଚିତ୍ରକୁଟ ।

ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଏବଂ ସେତୁ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଯାତାୟାତ ଠପ୍ ହୋଇଯାଇଛି। ଅନେକ ଘରେ ବନ୍ୟା ଜଳ ପଶି ଯାଇଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପଡୁଛି । ବ୍ୟାପକ ଫସଲ ନଷ୍ଟ ହୋଇଥିବା ଚାଷୀ ଅସହ୍ୟ କ୍ଷତି ସହିଛନ୍ତି । ଗତ କିଛି ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା, ଯମୁନା, ରାମଗଙ୍ଗା, ଗୋମତୀ, ଶାରଦା ଏବଂ ରାପ୍ତୀ ଭଳି ଅନେକ ନଦୀ ବିପଦ ସଙ୍କେତରେ ପ୍ରବାହିତ ହେଉଛି ।

 ବହରାଇଚ, ବଳରାମପୁର, ଲଖିମପୁର ଖେରୀ, ସୀତାପୁର, ବାରବାଙ୍କି, ଗୋଣ୍ଡା ଏବଂ ଶ୍ରାବସ୍ତି ଭଳି ଉତ୍ତର ଜିଲ୍ଲାଗୁଡ଼ିକରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇପାରେ। ତଳିଆ ଅଞ୍ଚଳରେ ଜଳବନ୍ଦୀର ସମସ୍ୟା ଗୁରୁତର ହୋଇପାରେ । ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବାସହ ଅଣ୍ଡରପାସ୍ ବନ୍ଦ ହେବାର ସମ୍ଭାବନା ରହିଛି ।

ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମୋରାଦାବାଦ (୨୭୦ ମିମି), ସମ୍ଭଲ (୨୧୦ ମିମି), ହରଦୋଇ (୧୭୦ ମିମି) ଏବଂ ବାରବାଙ୍କି (୩୨୦ ମିମି) ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଫଳରେ ଅନେକ ଗାଁରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ପାଣିପାଗ ବିଭାଗ ସତର୍କ କରିଛି ଯେ, ସହରାଞ୍ଚଳରେ ଜଳବନ୍ଦୀ, ଗ୍ରାମାଞ୍ଚଳରେ ଫସଲ କ୍ଷତି ଏବଂ କଚ୍ଚା ରାସ୍ତା କ୍ଷତିଗ୍ରସ୍ତ ହୋଇପାରେ। ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି |

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.