ଭୁବନେଶ୍ବର,୧୪।୭ : ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ସହଦେବ ଖୁଣ୍ଟା ପୁଲିସ ଗରିଫ କରିଛି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ତାଙ୍କୁ ନିଲମ୍ବିତ କରିଥିଲା। ପ୍ରିନ୍ସପାଲଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡିତାଙ୍କ ପରିବାର । 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ  ଇଣ୍ଟିଗ୍ରେଟେଡ ବି.ଏଡ୍‌ ବିଭାଗର ଏଚଓଡିଙ୍କ ଦ୍ୱାରା ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଇ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏବେ ସେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂଙ୍କଟାପନ୍ନ ରହିଛି । ଏହି ଘଟଣାରେ ଏଫ୍‌ଏମ୍ କଲେଜ ଅଧ୍ୟକ୍ଷ  ଓ ଏଚଓଡିଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ କରିଥିଲା।  ଏଥିସହ ପୁଲିସ ଏଚଓଡି ସମୀର ସାହୁଙ୍କୁ ଗିରଫ କରିଥିଲା। ଏହ ଘଟଣାର ଉଚ୍ଚଶିକ୍ଷା ବିଭାଗର ଏକ ଟିମ ତଦନ୍ତ କରିବା ସହ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଛି।