ପ୍ରମୂଖ ଖବର
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍

Published By : Manoj | August 4, 2025 8:17 AM

ବାଲେଶ୍ୱର,୦୪/୦୭: ଫକୀରମୋହନ (ଏଫ୍‌ଏମ୍‌) ସ୍ୱୟଂଶାସିତ  ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ କ୍ରାଇମବ୍ରାଞ୍ଚ ରବିବାର ରାତିରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆତ୍ମାହୁତିର ୨୦ ଦିନ  ପରେ କ୍ରାଇମବ୍ରାଞ୍ଚ ଏହି କଲେଜ୍‌ର ୨ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଛାତ୍ରୀଙ୍କୁ ଆତ୍ମାହୁତିରେ ସହଯୋଗ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପରେ ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର କରାଯାଇଥିଲା`। ଉଭୟଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରୁଥିଲାବେଳେ ଜ୍ୟୋତିପ୍ରକାଶ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ଏଥିରେ ସେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ । ଗତ  ୨୮ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।  


ଗତ ଜୁଲାଇ ୧୨ ତାରିଖରେ ଏଫ୍‌ଏମ୍‌  ଛାତ୍ରୀ କ୍ୟାମ୍ପସ୍‌ ପରିସରରେ ଆତ୍ମାହୁତି  ଉଦ୍ୟମ କରି ଗୁରୁତର ହୋଇଥିଲେ । ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ  ହେଉଥିଲାବେଳେ ଦୁଇଦିନ ପରେ ପ୍ରାଣ ହରାଇଥିଲେ । ଏହାକୁ ନେଇ ସାରା  ରାଜ୍ୟରେ ତମ୍ବିତୋଫାନ ହୋଇଥିଲା । ଗତ ୧୬ ତାରିଖରୁ କ୍ରାଇମ୍‌ବ୍ରାଞ୍ଚର ମହିଳା ଓ  ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌ ସାଇନିଙ୍କ ନେତୃତ୍ୱରେ ଏକ ଟିମ୍‌  ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଟିମ୍‌ କଲେଜ କ୍ୟାମ୍ପସ, ପେଟ୍ରୋଲ୍‌  ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଜବତ କରିଥିଲା । ଟିମ୍‌ କଲେଜ୍‌ର  ୫୦ରୁ ଅଧିକ ଛାତ୍ରଙ୍କୁ ପଚରାଉଚରା କରିଥିଲା । ଗିରଫ ଜ୍ୟୋତିପ୍ରକାଶଙ୍କ  ମୋବାଇଲ୍‌ର ଆତ୍ମାହୁତି ବେଳର ୩୦ ମିନିଟ୍‌ର ଭିଡିଓ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.