ପ୍ରମୂଖ ଖବର
  • ଜଗଦଲପୁର -ଭୁବନେଶ୍ଵର ହୀରାଖଣ୍ଡ ଏକ୍ସପ୍ରେସ ବଗି ଛିଣ୍ଡି ହେଲା ଦୁଇଖଣ୍ଡ
  • ||
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର, ସୂଚନା ଦେଲେ ଡାକ୍ତର ରମାକାନ୍ତ ପଣ୍ଡା
  • ||
  • ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌, ଅନେକ ସହରକୁ ମିସାଇଲ ମାଡ଼
  • ||
  • ପହଲଗାମ ଆକ୍ରମଣରେ ଏନ୍‌ଆଇଏକୁ ସଫଳତା, ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ
  • ||
  • ବଲାଙ୍ଗୀର : ଜମିବାଡ଼ି ବିବାଦ ନା ଗୁଣି ଗାରେଡ଼ିରୁ ହତ୍ୟା? ଖୁଜେନ ଗାଁରେ ଗଡ଼ିଲା ମୁଣ୍ଡ
  • ||
  • ବିଜାପୁରରେ ମାଓ ହିଂସା, ପୁଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା
  • ||
  • ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ
  • ||
  • ଜଗତସିଂହପୁର : ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ଗଞ୍ଜାମ : ମଥୁରା କେଦାରେଶ୍ୱର ମନ୍ଦିରରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ଲୋଇସିଂହାରେ ଲୋକ ନାଟକ ମହୋତ୍ସବ

Published By : Suraj Kumar | June 22, 2025 8:31 PM

ଲୋଇସିଂହା,୨୨।୬ :  ସ୍ଥାନୀୟ ଆଇସିଡ଼ିଏସ ସଭାଗୃହରେ ଲୋକନାଟକ ମହୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ସ୍ଥିତ ଆଦିବାସୀ ସାଂସ୍କୃତିକ ଯୁବକ ସଂଘ ଓ ପଞ୍ଚଜନ୍ୟ ସାହିତ୍ୟ ଶ୍ରୀ ମନ୍ଦିର ର  ମିଳିତ ଆନୁକୁଲ୍ୟରେ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ହୋଇଥିଲା। 

ଲୋଇସିଂହା ଜମିଦାର ତଥା ଆଦିବାସୀ ସାଂସ୍କୃତିକ ଯୁବକ ସଂଘ ଅଧ୍ୟକ୍ଷା   ଅର୍ଚ୍ଚନା ଦେବୀ ସିଂ ରାଏ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ୟାମସୁନ୍ଦର ଭୋଇ,  ସମ୍ମାନିତ ଅତିଥି ଭାବେ ଜିପିଇଓ କିଶୋର ଚନ୍ଦ୍ର ମାନସିଂ ଏବଂ ମୁଖ୍ୟବକ୍ତା ଭାବେ ଭୂମିକା ଅନୁଷ୍ଠାନର ନାଟ୍ୟ ନିର୍ଦ୍ଦେଶକ ଚିତ୍ତରଞ୍ଜନ ଦାସ ଯୋଗ ଦେଇଥିଲେ । 

ଏହି ଅବସରରେ ଆୟୋଜିତ ନାଟକରେ ନିର୍ଦ୍ଦେଶନା ଆଲୋଚନା ଚକ୍ରରେ  ଲୀଳା ନାଟ୍ୟଗୁରୁ ଭକ୍ତ ନାଏକ, ନାଟ୍ୟ ନିର୍ଦ୍ଦେଶକ ନିସାର ଅହମ୍ମଦ ନିସାର, ଶିକ୍ଷାବିତ୍ ଧର୍ମସିଂ ମିଶ୍ର, ସରୋଜ ମହାକୁର, ପଞ୍ଚଜନ୍ୟ ସାହିତ୍ୟ ଶ୍ରୀ ମନ୍ଦିର ସଭାପତି ଦେବେନ୍ଦ୍ର ମିସ୍ତ୍ରୀ, ପ୍ରକାଶ ଥନାପତି, ଚିତ୍ତରଞ୍ଜନ ବିଶ୍ଵାଳ, ସଚିଦାନନ୍ଦ ପଧାନ ପ୍ରମୁଖ    ଅଂଶଗ୍ରହଣ କରିଥିଲେ । 

ଆମ ଅଞ୍ଚଳରେ କଳାକାରର  ଅଭାବ ନାହିଁ ବୋଲି କହିବା ସହିତ ଚିହ୍ନିବାର  ଅଭାବ ରହିଛି ବୋଲି କହିଥିଲେ ।ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ୫ ଟି ନାଟ୍ୟ ଅନୁଷ୍ଠାନକୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  ଏହାସହ ଦେବେନ୍ଦ୍ର କନ୍ଧେର ଏବଂ ସାଥିଙ୍କ ଦ୍ଵାରା କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅଞ୍ଚଳର ବହୁ ସଂଖ୍ୟାରେ କଳାକାର ମାନେ ଯୋଗ ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.