ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବ ପକଉଛି । ଖରାପ ଖାଦ୍ୟ ଖାଇବା ଏବଂ ସଠିକ ପୋଷକ ଖାଦ୍ୟ ଅଭାବରୁ ଉଚ୍ଚ ରକ୍ତଚାପ ସମସ୍ୟା ସହିତ ଆହୁରି ଅନେକ ରୋଗ ଦେଖିବାକୁ ମିଳୁଛି । ତେଣୁ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ  । ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ସମ୍ପର୍କରେ ଯାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସହାୟତା କରିଥାଏ ।

ଓଟ୍ସ:ରକ୍ତଚାପ ନିୟନ୍ତ୍ରଣ କରିବାରେ ଓଟ୍ସ ଲାଭକାରୀ ଅଟେ ।  ଏହାର ସେବନ କରିବା ଦ୍ବାରା ସୁଫଳ ମିଳିଥାଏ । ଏହାକୁ ସେବନ କରିବା ସହିତ ବଜାରରେ ମିଳୁଥିବା ପ୍ୟାକେଟରେ ଭର୍ତ୍ତି ଖାଦ୍ୟ, ପ୍ରୋସେସଡ୍ ଖାଦ୍ୟ ଓ ରିଫାଇନ୍ ଖାଦ୍ୟରୁ ଦୂରେଇ ରୁହନ୍ତୁ । 

ସବୁଜ ପନିପରିବା:​​​​​​​ସବୁଜ ପନି ପରିବା ର ଅନେକ ଉପକାରିତା ରହିଛି । ଏଗୁଡ଼ିକରେ ଭରପୁର ମାତ୍ରାରେ ପୋଟାସିୟମ୍ ଭରି ରହିଥାଏ । ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ । ଟମାଟୋ, ଆଳୁ, ବିଟ୍, ମିଠା ଆଳୁ, ରସୁଣ, ତରଭୁଜ, କଦଳୀ, ଆଭୋକାଡୋ, କିୱି, ଅଙ୍ଗୁର, କମଳା ଆଦିରେ ଲାଇକୋପିନ୍, ପୋଟାସିୟମ୍, ନାଇଟ୍ରିକ୍ ଏସିଡ, ମ୍ୟାଗ୍ନେସିୟମ୍, ଭିଟାମିନ୍ C ଏବଂ ଏନ୍ଥୋସାୟାନିନ୍ ନାମକ ପୋଷକ ତତ୍ତ୍ବ ଭରି ରହିଥାଏ । ଏହି ସମସ୍ତ ପୋଷକ ବା ନ୍ୟୁଟ୍ରିଏଣ୍ଟ ଶରୀରରେ ରକ୍ତଚାପକୁ ନିୟନ୍ତ୍ରିତ କରିଥାନ୍ତି ।

ଥଣ୍ଡା ପାଣିରେ ଗାଧାନ୍ତୁ: ଶୋଇବା ଆଗରୁ ଥଣ୍ଡା ପାଣିରେ ଗାଧୋଇବାର ଅନେକ ଉପକାରିତା ରହିଛି । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ଅନୁଯାୟୀ, ଏହା ଶରୀରର ତାପମାତ୍ରାକୁ କମ୍ କରିଥାଏ ଓ ଭଲ ନିଦ୍ରା ହେବାରେ ସହାୟତା କରିଥାଏ । ଏକ ସୁଖଦ ନିଦ୍ରା ଆପଣଙ୍କ ଚିନ୍ତା ଓ ରକ୍ତଚାପ ହ୍ରାସ କରିବାରେ ଯଥେଷ୍ଟ ସହାୟତା କରିଥାଏ ।