ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୫ ବର୍ଷ ଯାଏ ପିଲାକୁ ଦିଅନ୍ତୁନି ଏହି ସବୁ ଖାଦ୍ୟ, ପଡ଼ିପାରେ କୁପ୍ରଭାବ

Published By : Anindita Ratha | April 5, 2025 3:01 PM

ଶିଶୁର କେବଳ ଶରୀର କୋମଳ ନୁହେଁ, ତା’ର ହଜମ ପ୍ରକ୍ରିୟା ମଧ୍ୟ ମାନ୍ଦା। ତେଣୁ ଶିଶୁକୁ ୫ ବର୍ଷ ନ ହେବା ଯାଏ ଏଣୁତେଣୁ ଅନେକ ଖାଦ୍ୟପାନୀୟ ଠାରୁ ଦୂରେଇ ରଖିବା ଜରୁରି । ଆଜିକାଲି ପ୍ରାୟ ପରିବାରରେ ପିଲାକୁ ଏଣୁତେଣୁ କିଛି ବି ଖୁଆଇବାକୁ ପଛଘୁଞ୍ଚା ହେଉ ନାହାନ୍ତି । ଯାହାର କୁପ୍ରଭାବ ଶିଶୁ ଶରୀର ଉପରେ ଦେଖିବାକୁ ମିଳିଥାଏ । ପିଲାକୁ ବିଭିନ୍ନ ସମସ୍ୟାଠାରୁ ଦୂରେଇ ରଖିବା ପାଇଁ ସବୁଠାରୁ ଭଲ ବିକଳ୍ପ ହେଉଛି ଏସବୁ ଖାଦ୍ୟଠାରୁ ଦୂରେଇ ରଖିବା । 

ଲଙ୍କା-ମସଲାଯୁକ୍ତ ଖାଦ୍ୟ: ପିଲାକୁ ୫ ବର୍ଷ ନ ହେବା ଯାଏ ରାଗ ଓ ମସଲାଯୁକ୍ତ ଖାଦ୍ୟ ଦେବା ଅନୁଚିତ୍‌ । ଏହା ପିଲାର ପାଚନତନ୍ତ୍ରରେ ସମସ୍ୟା ସୃଷ୍ଟି କରେ। ଯେପରିକି ପେଟ ଯନ୍ତ୍ରଣା,ବାନ୍ତି ଓ ନାଳଝାଡା ଆଦି ରୋଗରେ ପଡିପାରେ । 

ଚକୋଲେଟ୍‌ ଓ ଅନ୍ୟାନ୍ୟ ମିଠା: ଯଦି  ଆପଣ ପିଲାକୁ ଅଧିକ ମିଠା ଓ ଚକୋଲେଟ୍‌ ଖାଇବାକୁ ଦେଉଥାନ୍ତି। ତେବେ ସାବଧାନ ହୋଇଯାଆନ୍ତୁ । ନଚେତ୍‌ ପିଲାର ଦାନ୍ତ ଖରାପ ହେବା ସହ ମଧୁମେହ ଓ ମୋଟାପଣର ଆଶଙ୍କା ବଢିଥାଏ । 

କଞ୍ଚା ଅଣ୍ଡା ଓ ମାଂସ:  କଞ୍ଚା ଅଣ୍ଡା ଓ ମାଂସ ଖୁଆଇବା ଦ୍ୱାରା ପିଲାଙ୍କଠାରେ ସାଲମୋନେଲା ଏବଂ ଇ-କୋଲାଇ ପରି ଜୀବାଣୁ ସଂକ୍ରମିତ ହୋଇପାରେ, ଯାହା ସେମାନଙ୍କ ପାଇଁ କ୍ଷତିକାରକ। ଏହା ପିଲାଙ୍କ କିଡ୍‌ନୀ ପାଇଁ ଖୁବ୍‌ ଘାତକ । 

ପ୍ରୋସେସ୍‌ଡ ଫୁଡ୍‌:  ପ୍ରୋସେସ୍‌ଡ ଫୁଡ୍‌ ଯେପରିକି ଚିପ୍ସ, ପିଜା, ବର୍ଗର ପରି ଖାଦ୍ୟ ପିଲାଙ୍କଠାରୁ ଦୂରେଇ ରଖିବା ଆବଶ୍ୟକ । ନଚେତ୍‌ ପିଲା ମୋଟାପଣ, ମଧୁମେହ ଓ ହୃଦୟ ରୋଗ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କ୍ୟାଫିନ୍‌ଯୁକ୍ତ ପାନୀୟ:  କ୍ୟାଫିନ୍‌ଯୁକ୍ତ ପାନୀୟ ଯେପରିକି କଫି, ଚା’ଏନର୍ଜି ଡ୍ରିଙ୍କସ୍‌ ପିଲାଙ୍କୁ ଦେବା ଅନୁଚିତ୍‌ । ଅନେକ ବାପାମା’ପିଲାକୁ ମଜାରେ ଏସବୁ ଜିନିଷ ଦେଇଥାନ୍ତି, ପରେ ସେ ଅଭ୍ୟାସରେ ପଡିଯାଏ।ଏଥିସହ ଏହ ପିଲାକୁ ଅନିଦ୍ରା ସମସ୍ୟାରେ ମଧ୍ୟ ପକାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.