ନୂଆଦିଲ୍ଲୀ,୦୧/୦୭: ଚଳିତ ବିଶ୍ୱକପର ୧୯ତମ ଦିବସରେ ବିରାଟ ବିପର୍ଯ୍ୟୟ ଘଟିଥିଲା । ୪ ଥର ଚାମ୍ପିଅନ୍ ଜର୍ମାନୀ ଓ ଅନ୍ୟତମ ୟୁରୋପୀୟ ଶକ୍ତି ନେଦରଲାଣ୍ଡ୍ସ ପରାଜିତ ହୋଇ ବିଶ୍ୱକପ୍‌ରୁ ବିଦାୟ ନେଇଥିଲେ । ଜର୍ମାନୀକୁ ଟାଇବ୍ରେକରରେ ହରାଇ ପାରାଗୁଏ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛି । ଜର୍ମାନୀର ବଡ଼ ବିପର୍ଯ୍ୟୟ ପରେ ଏକ ବଡ଼ ଖୁଲାସା ହୋଇଛି । ଜର୍ମାନୀ ଖବରକାଗଜ ୱିଲ୍ଡ ମୁତାବିକ ଦଳର ୪ ପ୍ଲେୟାର ପେନାଲ୍ଟି ସୁଟ୍ଆଉଟ୍ ପାଇଁ ମନା କରିଥିଲେ ।

ଜର୍ମାନୀ ୩-୪ (୧-୧) ପାରାଗୁଏ- ବୋଷ୍ଟନ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ମ୍ୟାଚରେ ସମ୍ପୂର୍ଣ୍ଣ ୧୨୦ ମିନିଟ୍ ଧରି ଜର୍ମାନୀ ଆଧିପତ୍ୟ ଜାରି ରଖିଥିଲା । ୭୫% ବଲ ପୋଜେସନ, ୨୪ଟି ଗୋଲ୍ ସୁଯୋଗ, ୭୫୩ଟି ସଠିକ ପାସ୍ ବିନିମୟ, ୧୬ଟି କର୍ଣ୍ଣର ଓ ଅନେକ ଫ୍ରି-କିକ୍ । ତଥାପି ଦଳ ଜିତିବାରେ ବିଫଳ ହୋଇଥିଲା । ପେନାଲ୍ଟି ସୁଟ୍ ଆଉଟ୍‌ରେ ପାରାଗୁଏ ଭଳି ଦଳ ୪-୩ (୧-୧) ଗୋଲ୍‌ରେ ଜର୍ମାନୀକୁ ହରାଇଥିଲା । ମ୍ୟାଚ ଆରମ୍ଭରୁ ଜର୍ମାନୀ ପ୍ରଭାବ ବିସ୍ତାର କରି ଖେଳିଥିଲେ ହେଁ ପାରାଗୁଏର ୪-୪-୨ ଦଳ ସରଂଚନାକୁ ଭାଙ୍ଗି ପାରି ନଥିଲା । ପାରାଗୁଏ ସୀମିତ ସୁଯୋଗ ପାଇଥିଲା । ମାତ୍ର ଏହାର ଫାଇଦା ଉଠାଇବାରେ ସଫଳ ହୋଇଥିଲା । ନିର୍ଦ୍ଧାରିତ ସମୟ ୧-୧ ଗୋଲରେ ବରାବର ରହିଥିଲା । ଏହା ପରେ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା ।

ଫିଫା ବିଶ୍ୱକପରୁ ଜର୍ମାନୀର ବିଦାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାଉଣ୍ଡ ଅଫ୍ ୩୨ରେ, ପାରାଗୁଏ ୪ଥର ଚାମ୍ପିଅନଙ୍କୁ ପେନାଲ୍ଟି ସୁଟଆଉଟରେ ୩-୨ (୧-୧) ରେ ପରାସ୍ତ କରିଥିଲା, ଯାହା ଫଳରେ ସେମାନେ ଫିଫା ବିଶ୍ୱକପରୁ ବିଦା ହୋଇଛନ୍ତି । ଅତିରିକ୍ତ ସମୟରେ ଜୋନାଥନ ଟାହଙ୍କ ହେଡରକୁ VAR ଦ୍ୱାରା ଅଗ୍ରାହ୍ୟ କରାଯାଇଥିଲା । ଏହା ବିବାଦ ସୃଷ୍ଟି କରିଥିଲା ଏବଂ ଏପର୍ଯ୍ୟନ୍ତ ବିତର୍କ ଚାଲିଛି । ବର୍ତ୍ତମାନ, ମ୍ୟାଚ୍ ସହିତ ଜଡିତ ଏକ ଖବର ଆସିଛି ଯାହା ପ୍ରତ୍ୟେକ ଜର୍ମାନ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି । ମାନୁଏଲ୍ ନ୍ୟୁୟରଙ୍କ ଚମତ୍କାର ସେଭ୍ ପରେ, ଯେତେବେଳେ ସ୍କୋର ୩-୩ ହୋଇଗଲା ଏବଂ ଷଷ୍ଠ ପେନାଲ୍ଟି ନେବାକୁ ପଡିଲା, ୪ ଜଣ ଜର୍ମାନ ଖେଳାଳି ସଟ୍ ନେବାକୁ ମନା କରିଦେଲେ ।

ଏହା ବି ପଢନ୍ତୁ...IND vs ENG T20: ବୈଭବଙ୍କ ଡେବ୍ୟୁକୁ ନେଇ ଅଧିନାୟକ ଆୟର ଏ କ'ଣ କହିଦେଲେ...ବୟାନକୁ ନେଇ ହଙ୍ଗାମା

ବିଶ୍ୱକପ୍ ଇତିହାସରେ ଜର୍ମାନୀ ପ୍ରଥମ ଥର ପାଇଁ ପେନାଲ୍ଟି ସୁଟ୍ ଆଉଟ୍‌ରେ ପରାଜିତ ହୋଇଥିଲା । ୧୯୮୨ ବିଶ୍ୱକପ୍ ସେମି ଫାଇନାଲ୍‌ରେ ଜର୍ମାନୀ (ପଶ୍ଚିମ ଜର୍ମାନୀ) ୫-୪ ପେନାଲ୍ଟି ସୁଟ୍ ଆଉଟ୍ ଗୋଲ୍ରେ ଫ୍ରାନ୍ସକୁ ହରାଇଥିଲା । ୧୯୮୬ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ପଶ୍ଚିମ ଜର୍ମାନୀ ୪-୧ ପେନାଲ୍ଟି ସୁଟ୍ ଆଉଟ୍ରେ ମେକ୍ସିକୋକୁ ପରାଜିତ କରିଥିଲା । ୧୯୯୦ ବିଶ୍ୱକପ୍ ସେମି ଫାଇନାଲ୍ରେ ପଶ୍ଚିମ ଜର୍ମାନୀ ୪-୩ ପେନାଲ୍ଟି ସୁଟ୍ ଆଉଟ୍ରେ ଇଂଲଣ୍ଡକୁ ପରାଜିତ କରିଥିଲା । ୨୦୦୬ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଜର୍ମାନୀ ୪-୨ ପେନାଲ୍ଟି ସୁଟ୍ ଆଉଟ୍ ଗୋଲ୍‌ରେ ଆର୍ଜେଣ୍ଟିନାକୁ ବିଦା କରିଥିଲା । ୨୦୨୬ ବିଶ୍ୱକପ୍ ନକ୍ ଆଉଟ୍ (ରାଉଣ୍ଡ-୩୨) ରେ ପାରାଗୁଏ ଠାରୁ ୩-୪ ପେନାଲ୍ଟି ସୁଟ୍ ଆଉଟ୍ ଗୋଲରେ ପରାଜିତ ହୋଇ ଜର୍ମାନୀ ବିଦାୟ ନେଇଥିଲା ।