ଫିରିଙ୍ଗିଆ,୯।୧୧ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ଏମସିଏସ କ୍ଲବ ତଣ୍ଡ୍ରି ଗାଁର ୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି l ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଉଦଘାଟନ କରିଥିଲେ l ଅନ୍ୟତମ ଅତିଥିଭାବେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର,  ପୂର୍ବତନ ରାଜ୍ୟସ୍ତରୀୟ ଫୁଟବଲ ତାରକା ଦାନସିଂ କହଁର,ପୂର୍ବତନ ବରିଷ୍ଠ ଖେଳାଳି ଅର୍ଜୁନ କହଁର,ଶୁକଦେବ କହଁର, ଫାଲ କହଁର, ବରିଷ୍ଠ ଫୁଟବଲ ଖେଳାଳି ତଥା ସଂଗଠକ କାମେଶ୍ୱର କହଁର, କ୍ଲବ ର ସଭାପତି ବିଜୟ କହଁର, ଶରତ ବିଶ୍ୱାଳ ଯୋଗ ଦେଇଥିଲେ l ଏହି ଆନ୍ତଃ ଜିଲ୍ଲା ଫୁଟବଲ ଖେଳ ଅବସରରେ ଆୟୋଜକ କ୍ଲବ ପକ୍ଷରୁ ୫୦ ରୁ ଊର୍ଦ୍ଧ୍ବ ବରିଷ୍ଠ ଖେଳାଳି ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ  ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l

୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନ ଅବସରରେ ୨ ଟି ଖେଳ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଖେଳରେ କନ୍ଧମାଳ ଜିଲ୍ଲାର ନୁଆଁ ଗାଁ ବ୍ଲକର ଏମକେଡି କ୍ଲବ ସହ ଫିରିଙ୍ଗିଆ ବ୍ଲକ ଚୈତନ୍ୟ ଏଫ ସି କରେକାମ୍ବା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏମକେଡି କ୍ଲବକୁ ୧ - ୦ ଗୋଲରେ ହରାଇ ଚୈତନ୍ୟ ଏଫ ସି କରେକାମ୍ବା ବିଜୟୀ ହୋଇଥିଲା । ଦ୍ୱତୀୟ ଖେଳ ଫୁଲବାଣୀ ବ୍ଲକ ର ମହାବୀର ଏଫ ସି ବୁଡ଼ା ଦାନୀ ସହ ଫିରିଙ୍ଗିଆ ବ୍ଲକ ମାଁ ପୀତବଳୀ ଏଫସି ମାଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ପେନାଲଟିକ ଜରିଆରେ ମହାବୀର ଏଫସିକୁ ୩ - ୧ ଗୋଲରେ  ହରାଇ ମା’ ପୀତବଳୀ ଏଫସି ମାଲା ବିଜୟୀ ହୋଇଥିଲା l ଏହି ୨୪ ତମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟରେ କନ୍ଧମାଳ ଜିଲ୍ଲାର ୧୬ ଟି ଟିମ ଭାଗ ନେଇଛନ୍ତି।

ଚଳିତ ମାସ ୧୬ ତାରିଖରେ ଏହି ଖେଳର ଉଦଯାପନୀ କ୍ରୀଡା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।  ଖେଳକୁ ଜଣାସୁଣା ବରିଷ୍ଠ କ୍ରୀଡା ପରିଚାଳକ ମୁକେଶ ପ୍ରଧାନ, ପ୍ରଫୁଲ୍ଲ କହଁର, ଜଗନ ବିଶୋଇ, ଏବଂ ବେଣୁଧର କହଁର ପରିଚାଳନା କରିଥିଲେ l ସମସ୍ତ ଖେଳର ଧାରା ବିବରଣୀକୁ ଅଞ୍ଚଳ ର ଚର୍ଚ୍ଚିତ ଭାଷ୍ୟକାର ତଥା ଏମସିଏସ କ୍ଲବର ବରିଷ୍ଠ ସଦସ୍ୟ ସରୋଜ ଚର୍ଚ୍ଚା ଏବଂ କାମେଶ୍ୱର କହଁର ପ୍ରଦାନ କରିଥିଲେ l  ଏମସିଏସ କ୍ଲବର ମନୋଜ କହଁର, ଅନିଲ କହଁର, ଶୁଭାରଞ୍ଜନ କହଁର, ଦିବ୍ୟରଞ୍ଜନ କହଁର, ପ୍ରଦୀପ କହଁର, ଶିବା ମଲିକଙ୍କ ସହ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ l