ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆସିଲା ଧନୀ ବ୍ୟକ୍ତିଙ୍କ ତାଲିକା: ଶୀର୍ଷରେ ମୁକେଶ ଅମ୍ବାନୀ, ଚତୁର୍ଥ ସ୍ଥାନରେ ସାବିତ୍ରୀ ଜିନ୍ଦଲ

Published By : Tapas Panda | July 6, 2025 11:30 PM

ନୂଆଦିଲ୍ଲୀ: ଜୁଲାଇ ମାସ ପାଇଁ ଫୋର୍ବସ୍‌ ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ପ୍ରକାଶିତ ହେବା ପରେ ଭାରତରେ ଧନୀକଙ୍କୁ ନେଇ ଚର୍ଚ୍ଚା ହୁଏ । ଫୋର୍ବସର ସଦ୍ୟତମ ତାଲିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି । ତାଙ୍କର ମୋଟ ସମ୍ପତ୍ତି ବର୍ତ୍ତମାନ ପ୍ରାୟ ୧୧୬ ବିଲିୟନ ଡଲାର (ପ୍ରାୟ ୯.୫ ଲକ୍ଷ କୋଟି)ରେ ପହଞ୍ଚିଛି । ଏହା ତାଙ୍କୁ କେବଳ ଭାରତରେ ନୁହେଁ ବରଂ ସମଗ୍ର ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଉଭା କରିଛି । 

ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତି ପ୍ରାୟ ୮୪  ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଆଦାନୀ ଗ୍ରୁପର ବ୍ୟବସାୟ ବିଶେଷକରି ଶକ୍ତି, ବନ୍ଦର ଏବଂ ଭିତ୍ତିଭୂମି କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛି ।  ଯଦିଓ ଗତ ବର୍ଷଗୁଡ଼ିକରେ କିଛି ବିବାଦ ଏବଂ ବଜାରରେ ଉତ୍ଥାନ-ପତନ ଯୋଗୁଁ ତାଙ୍କର ରାଙ୍କିଂ ପରିବର୍ତ୍ତନ ହୋଇଛି, ତଥାପି ସେ ଶୀର୍ଷ ୨ରେ ରହିଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ଟେକ୍ନୋଲୋଜି ମହାରଥି ଏବଂ HCL ଟେକ୍ ପ୍ରତିଷ୍ଠାତା ଶିବ ନାଦର । ତାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୬.୯ ବିଲିୟନ ଡଲାର । 

ସେହିପରି ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଚତୁର୍ଥ ସ୍ଥାନରେ ଅଛନ୍ତି । ତାଙ୍କ ପାଖରେ ୩୩.୫ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ରହିଛି । ଶ୍ରେଷ୍ଠ ୧୦ ତାଲିକାରେ ଥିବା ଅନ୍ୟ ବ୍ୟକ୍ତିମାନେ ହେଉଛନ୍ତି, ଦିଲୀପ ସାଙ୍ଗଭି (ସନ୍ ଫାର୍ମା), ସାଇରସ୍ ପୁନାୱାଲା (ସେରମ ଇନଷ୍ଟିଚ୍ୟୁଟ୍), କୁଶଲ ପାଲ ସିଂହ (ଡିଏଲଏଫ), କୁମାର ମଙ୍ଗଳମ୍ ବିର୍ଲା (ଆଦିତ୍ୟ ବିର୍ଲା ଗ୍ରୁପ୍), ରାଧାକିଶନ ଦମାନି (ଡିମାର୍ଟ) ଏବଂ ଲକ୍ଷ୍ମୀ ମିତ୍ତଲ (ଆର୍ସେଲର ମିତ୍ତଲ) । 

ଏହି ତାଲିକାରୁ ଗୋଟିଏ କଥା ସ୍ପଷ୍ଟ ଯେ, ଭାରତୀୟ ଶିଳ୍ପପତିମାନେ କେବଳ ଦେଶରେ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ନିଜର ଦବଦବା ଜାରି ରଖିଛନ୍ତି । ପ୍ରଯୁକ୍ତିବିଦ୍ୟା, ଫାର୍ମା ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ସେମାନେ ପ୍ରତିବର୍ଷ ଶିଖର ଛୁଇଁବାରେ ଲାଗିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.