ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କାଶ୍ମୀରକୁ ନେଇ ବିଦେଶରେ ଏମିତି କହିଲେ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଚିହିଁକି ଉଠିଲା ପାକିସ୍ତାନ, କହିଲା…

Published By : Ladu Kishor | March 6, 2025 6:42 PM

Iamge courtesy: indiatoday

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଲଣ୍ଡନ ଗସ୍ତରେ ଅଛନ୍ତି। ଏହି ସମୟରେ ଜୟଶଙ୍କର ଭାରତର ଶତ୍ରୁ ଦେଶ ମାନଙ୍କୁ ମୌଖିକ ଆକ୍ରମଣ କରିଚାଲିଛନ୍ତି। ତାଙ୍କର ଏହି ଆକ୍ରମଣାତ୍ମକ ମନୋଭାବ ପୁଣିଥରେ ଦେଖିବାକୁ ମିଳିଛି। ବୁଧବାର ଲଣ୍ଡନରେ ଚଥମ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ସମ୍ବୋଧିତ କରି ଜୟଶଙ୍କର କହିଥିଲେ ଯେ, ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ କାଶ୍ମୀରର ଚୋରି ହୋଇଥିବା ଅଂଶ ଫେରି ପାଇବା ପରେ ହିଁ କାଶ୍ମୀର ବିବାଦର ସମାଧାନ ହେବ। ତାଙ୍କର ଏହି ବୟାନ ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ପରେ, ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ଖାନ ଏକ ସାମ୍ବାଦିକ ସମ୍ମିଳନୀ କରି ଜୟଶଙ୍କରଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଭାରତକୁ କାଶ୍ମୀରର ଯେଉଁ ଅଂଶ ଅଧିକୃତ କରିଛି ତାହାକୁ ଖାଲି କରିବାକୁ କହିଛନ୍ତି । ଖାନ କହିଛନ୍ତି,"ମାର୍ଚ୍ଚ ୫ ତାରିଖରେ ଲଣ୍ଡନର ଚଥମ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଜମ୍ମୁ ଏବଂ କାଶ୍ମୀର ଉପରେ ଦିଆଯାଇଥିବା ମନ୍ତବ୍ୟକୁ ଆମେ ଖାରଜ କରୁଛୁ। ସେ କହିଛନ୍ତି କି, "ଆଜାଦ ଜମ୍ମୁ କାଶ୍ମୀର ବିଷୟରେ ଭିତ୍ତିହୀନ ଦାବି କରିବା ପରିବର୍ତ୍ତେ, ଭାରତ ଗତ ୭୭ ବର୍ଷ ଧରି କବଜା କରିଆସୁଥିବା ଜମ୍ମୁ କାଶ୍ମୀରର ଏକ ବଡ଼ ଅଞ୍ଚଳକୁ ଖାଲି କରିବା ଉଚିତ।"

ବ୍ରିଟେନ ଗସ୍ତରେ ଥିବା ଜୟଶଙ୍କର ଚଥମ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଧାରା ୩୭୦ ହଟାଇବା ପ୍ରଥମ ପଦକ୍ଷେପ। କାଶ୍ମୀରରେ ବିକାଶ, ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ସାମାଜିକ ନ୍ୟାୟ ପୁନରୁଦ୍ଧାର କରିବା ଦ୍ୱିତୀୟ ପଦକ୍ଷେପ ଏବଂ ଅଧିକ ଭୋଟର ମତଦାନ ସହିତ ନିର୍ବାଚନ ପରିଚାଳନା ତୃତୀୟ ପଦକ୍ଷେପ। କାଶ୍ମୀର ସମସ୍ୟାର "ସମାଧାନ" ବିଷୟରେ ଜଣେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରୀ କହିଥିଲେ,"ମୁଁ ଭାବୁଛି ଆମେ ଯାହା ଅପେକ୍ଷା କରିଛୁ ତାହା ହେଉଛି ପାକିସ୍ତାନର ଅବୈଧ ଦଖଲରେ ଥିବା କାଶ୍ମୀରର ଚୋରି ହୋଇଥିବା ଅଂଶର ଫେରିବା। ଯେତେବେଳେ ଏହା ହେବ,ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ। ଭାରତ ବାରମ୍ବାର ପାକିସ୍ତାନକୁ କହିଛି ଯେ ଜମ୍ମୁ-କାଶ୍ମୀର ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସବୁବେଳେ ରହିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.