ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପଖାଳ ପ୍ରେମରେ ବିଦେଶିନୀ, ପାଳିଲେ ପଖାଳ ଦିବସ

Published By : Rasmita Pradhan | March 20, 2025 2:09 PM

ଭୁବନେଶ୍ଵର, ୨୦/୦୩ : ପଖାଳ ଖାଇ ପଖାଳ ଦିବସ ପାଳନ କଲେ ବିଦେଶିନୀ। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଥିବା ଡକ୍ଟର ଟାମାସିନ୍ ରାମସେ କଟକରେ ପଖାଳ ଖାଇ ଏହାର ପ୍ରଶଂସା କରିଛନ୍ତି। ପୂର୍ବରୁ ଓଡ଼ିଶା ଯିବା ଆସିବା ସମୟରେ ସେ ପଖାଳ ସମ୍ପର୍କରେ ଶୁଣିଥିଲେ। ଏବେ ଗତ କିଛି ଦିନ ହେବ ସେ ପଖାଳ ଖାଇବା ଅଭ୍ୟାସ କଲେଣି। ସେ ପଖାଳର ସ୍ଵାଦକୁ ବେଶ୍ ପସନ୍ଦ ବି କରୁଛନ୍ତି। 

ଡକ୍ଟର ଟାମାସିନ୍ ରାମସେ ବ୍ରହ୍ମାକୁମାରୀ ଈଶ୍ବରୀୟ ଵିଶ୍ବବିଦ୍ୟାଳୟ ସହ ଜଡ଼ିତ। ସେ ବିଭିନ୍ନ ସମୟରେ ସଙ୍ଗଠନ କାମରେ ଓଡ଼ିଶା ଯିବା ଆସିବା କରନ୍ତି। ଏହି ସମୟରେ ସେ ଓଡ଼ିଆଙ୍କ ପ୍ରୟ ଖାଦ୍ୟ ପଖାଳ ସହ ପରିଚିତ ହୋଇଥିଲେ। ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟ ଏବେ ଦେଶ ବିଦେଶରେ ମହକୁଛି। ବିଶେଷ କରି ବିଦେଶୀଙ୍କର ବି ପ୍ରିୟ ହୋଇଛି। 

ଏହି ଖବରଟିକୁ ପଢନ୍ତୁ-କଂସାରେ କଂସାଏ ପଖାଳ.. ତୋରାଣି ମୁନ୍ଦେ ପିଇଦେଲେ ଓଡ଼ିଆଙ୍କ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.