କେନ୍ଦୁଝର/ଚମ୍ପୁଆ,୦୨/୦୩: କେନ୍ଦୁଝର ବନଖଣ୍ଡର ଚମ୍ପୁଆ ଫରେଷ୍ଟର ସୁନିତା ବାଘେଲଙ୍କୁ ଚମ୍ପୁଆର ବଦଳି କରି ମୁଖ୍ୟାଳୟକୁ  ଅଣାଯାଇଛି। କାଠ ବେପାରୀ ଠାରୁ ଟଙ୍କା ମାଗିବା ଅଭିଯୋଗ ଆସିବା ପରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବଦଳି କରାଯାଇଥିବା  ଜଣାପଡିଛି । ଏକ ଭାଇରାଲ ଅଡିଓକୁ ଆଧାର କରି ଏଭଳି ପଦକ୍ଷେନ  ନିଆଯାଇଛି । ଚମ୍ପୁଆ ବନାଞ୍ଚଳରେ ଇଉକାଲିପଟାସ୍‌ ଓ ଆକାଶିଆ  ଗଛ କାଟିବା ପାଇଁ ଅନୁମତି ନେଇ କାଠ ବେପାରୀମାନେ ମୂଲ୍ୟବାନ  ଗଛ କାଟୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ତେବେ  କାଠ ବେପାରୀଙ୍କୁ ଫରେଷ୍ଟର ସୁନିତା ୮ ହଜାର ଟଙ୍କା ମାଗିବା ଏବଂ  ଜଣେ ଅସ୍ଥାୟୀ ବନ କର୍ମଚାରୀ ଡ୍ରାଇଭରଙ୍କ ଫୋନ୍‌ ପେ’ରେ ଟଙ୍କା  ପଠାଇବାକୁ କହୁଥିବାର ଏକ ଅଡିଓ ଭାଇରାଲ ହେଉଛି ।  


 ଏ ସମ୍ପର୍କରେ ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କୁ ଯୋଗାଯୋଗ କରିବାରୁ  ଏହି ଅଡିଓ ଘଟଣାକୁ ନେଇ ଫରେଷ୍ଟରଙ୍କୁ ସେଠାରୁ ହଟାଇ  ମୁଖ୍ୟାଳୟକୁ ଅଣାଯାଇଛି । ଉକ୍ତ ଘଟଣାର ତଦନ୍ତ କରାଯିବା ପରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ  ଫରେଷ୍ଟରଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌  ଉଠାଇ ନଥିବାରୁ ମତାମତ ନିଆଯାଇପାରିନି