କୋକସରା,୨୫।୨ : ସାମାଜିକ ଗଣମାଧ୍ୟମରେ ଘୁଷୁରିକୁ ଶିକାର କରି ନିଆଁରେ ପୋଡି ଖାଉଥିବା ନେଇ ଭିଡିଓ ଭାଇରାଲ୍ ହୋଇଛି। ଏହି ଭାଇରାଲ ଭିଡ଼ିଓକୁ କୋକସରା ବ୍ଲକ ଆମପାଣି ପଞ୍ଚାୟତ ତେଲିଗୁଡ଼ା ଗ୍ରାମରେ ରହୁଥିବା ଜଣେ ଯୁବକ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ବୁଧବାର ଆମପାଣି ଫରେଷ୍ଟର ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଟିମ ତେଲିଗୁଡ଼ା ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି।
ଆମପାଣି ଫରେଷ୍ଟ ଅଧିନରେ ଥିବା ତେଲିଗୁଡା ଗ୍ରାମରେ ନବରଙ୍ଗପୁର ଅଞ୍ଚଳର ଜଣେ ଯୁବକ ରହୁଛି। ସେ ହାଇଦ୍ରାବାଦ ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ କିଛି ଦିନ ତଳେ ସେଠାରେ ଏକ ପୋଷା ଘୁଷୁରିକୁ ମାରି ନିଆଁରେ ପୋଡୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ୍ ହେବା ପରେ ଯୁବକର ପରିଚୟ ଓ ଠିକଣା ଆମପାଣି ଥାନା ତେଲିଗୁଡ଼ା ଅଞ୍ଚଳର ଜଣା ପଡିଥିଲା। ଏହା ପରେ ବୁଧବାର ଆମପାଣି ବନ ବିଭାଗ ପକ୍ଷରୁ ତେଲିଗୁଡା ଠାରେ ପହଞ୍ଚି ଯୁବକଙ୍କୁ ପଚାର ଉଚରା କରିଥିଲେ । ତଦନ୍ତ ପରେ ଯୁବକଙ୍କୁ ତାଗିଦ କରି ଆଗକୁ ଏମିତି ପୋଷ୍ଟ ସୋସିଆଲ ମିଡିଆରେ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଇ ବନ ବିଭାଗ ଛାଡି ଦେଇଛି ।