ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

କୁମ୍ଭୀର ଖୋଜିବାରେ ନାକେଦମ ହେଲେଣି ବନ ବିଭାଗ

Published By : Gurupada Nath | August 2, 2025 11:21 PM

ମାଲକାନଗିରି, ୨/୮ : କୁମ୍ଭୀର ଖୋଜିବାରେ ନା କେଦମ ହେଲେଣି ବନ ବିଭାଗ । ଡ୍ରୋନ କ୍ୟାମେରାରେ କୁମ୍ଭୀର ଦୃଶ୍ୟ ଦେଖିବା ପରେ ପୋଖରୀରେ ଜାଲ ପକାଇ କୁମ୍ଭୀର ଧରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି ।        ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅନ୍ତର୍ଗତ ଏମଭି ୮୩ ଗ୍ରାମରେ ଥିବା ଏକ ବଡ଼ ପୋଖରୀ ଗତ କିଛି ଦିନ ହେବ କୁମ୍ଭୀର ବୁଲୁଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ଜଣାଇଥିଲେ। ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି କୁମ୍ଭୀର ଧରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ପୋଖରୀ ପାଖରେ ଏକ ବ୍ୟାନର ଲଗାଇ ପୋଖରୀରେ ସ୍ନାନ ନ କିମ୍ବା କିଛି କାରବାର ନ କରିବା ପାଇଁ ଜନ ସଚେତନତା କରାଯାଇଛି। ଏହା ବ୍ୟତିତ ଡାକବାଜି ଯନ୍ତ୍ର ସହାୟତାରେ ଗ୍ରାମର ସର୍ବ ସାଧାରଣ ଜନତାଙ୍କୁ କୁମ୍ଭୀର ପୁଷ୍କରିଣୀରେ ଥିବା ସତର୍କ ସୂଚନା ପ୍ରଦାନ କରାଯାଇଛି। ଗତ ଦୁଇ ଦିନ ହେବ ଏହି କୁମ୍ଭୀର ଗତିବିଧିକୁ ଡ୍ରୋନ୍ କ୍ୟାମେରା ଦ୍ବାରା ଫଟୋ ଚିତ୍ର ଉତ୍ତୋଳନ କରାଯାଇ ଜୋର ଦାର ଜାଲ ପକାଇ ଖୋଜା ଚାଲୁଛି । ହେଲେ ପୋଖରୀରେ ଅଧିକ ପାଣି ଥିବାରୁ କୁମ୍ଭୀରଟି ଧରାପଡ଼ୁ ନାହିଁ ।

ଏମପିଭି-୮୩ ଗ୍ରାମରେ ଥିବା ପୋଖରୀ ଟି ୨୦୦ ମିଟର ପ୍ରସ୍ଥ ଓ ଦୈର୍ଘ୍ୟ ୫୦୦ ମିଟର ବିଶିଷ୍ଟ ଅଟେ। ଏଠାରେ ଗୋଟିଏ କୁମ୍ଭୀର ଆସି ରହିଯାଇଛି ବୋଲି ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ କହିଛନ୍ତି । ଗତ ଦୁଇ ଦିନ ହେଲା କୁମ୍ଭୀର ଟିକୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି । ପୋଖରୀଟି ବଡ଼ ଥିବାରୁ ତାକୁ ଜାଲରେ ଧରିବା ସହଜ ହୋଇ ପାରୁ ନାହିଁ। ଲୋକକୁ ଦେଖିବା ପରେ କୁମ୍ଭୀରଟି ଜଳ ମଧ୍ୟରେ ଆତ୍ମ ଗୋପନ କରୁଛି । ସ୍ୱତନ୍ତ୍ର ଭାବେ ଉଦ୍ଧାର କାରି ଟିମ ଗଠନ କରାଯାଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ପୋଖରୀ ନିକଟରେ କ୍ୟାମ୍ପ କରି ରହି କୁମ୍ଭୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖୁବଶୀଘ୍ର କୁମ୍ଭୀରଟି ଧରା ପଡିଯିବ ବୋଲି ସହକାରି ବନ ସଂରକ୍ଷକ (ଏସିଏଫ ) ମୁନସୁନ ଖେମୁଣ୍ଡୁ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.