ରାୟଗଡ଼ା, ୨୯/୦୩: ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପଦ୍ମପୁର ଥାନା ପୁଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି । ଗିରଫ ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ(୫୯) । 

ଘଟଣାରୁ ପ୍ରକାଶ ଯେ, ନରସିଂହ ଶତପଥୀ  ଗୁଡ଼ାରୀ ରେଞ୍ଜ ଅଧୀନସ୍ଥ କେନ୍ଦୁଗୁଡ଼ା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ।  ନାବାଳିକା ତାଙ୍କ ଅଜା ଘରେ ରହି ପାଠ ପଢ଼ୁଥିଲେ । ଶୁକ୍ରବାର ଦିନ ପ୍ରାୟ  ୧୧ଟା ସମୟରେ ନରସିଂହ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି  ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବ  ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ  ପରିବାର ବର୍ଗଙ୍କୁ ଜଣାଇଥିଲେ । ପରିବାରବର୍ଗ ଖବର ପାଇ ଫରେଷ୍ଟର  ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମବାସୀ ନରସିଂହକୁ କାବୁ କରି ମାଡ଼ ମାରିଥିଲେ । କେନ୍ଦୁଗୁଡା ଫାଣ୍ଡି  ପୁଲିସ ସୂଚନା ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ  ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ନରସିଂହକୁ  ଗିରଫ କରି ପଦ୍ମପୁର ଆଣିଥିଲେ । ଏନେଇ କେସ ନଂ ୪୪ରେ ମାମଲା  ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା  ଦେଇଛନ୍ତି । ଆଜି ଅଭିୁଯକ୍ତଙ୍କୁ ପଦ୍ମପୁର ପୁଲିସ ଗୁଣପୁର କୋର୍ଟ  ଚାଲାଣ କରିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି  ।