ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ହାତୀଶାଳପଡ଼ା ପୋଖରୀ ପୁନରୁଦ୍ଧାରକୁ ଭୁଲିଗଲେ, ପୁଣି ଗିଳିଲାଣି ଜବରଦଖଲ

Published By : Harapriya Sethi | June 21, 2025 2:45 PM

ଅନୁଗୁଳ, ୨୧/୦୬: ପୌରପାଳିକାର ଅପାରଗତା ଜଳ ଜଳ । ପାଣ୍ଠି ପଡ଼ିରହିଲା, ହେଲେ ପୁନରୁଦ୍ଧାର କଲେନି । ଫଳରେ ପୁଣି ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ହାତୀଶାଳପଡା଼ ପୋଖରୀ ହୁଡ଼ା । ଏହି ପୋଖରୀ ହୁଡ଼ାରୁ ବହୁ କଷ୍ଟରେ ଜବରଦଖଲ ଉଚ୍ଛେଦ କରିଥିଲା ଜିଲ୍ଲା ପ୍ରଶାସନ । ମାତ୍ର ପୌରପାଳିକାର ଦାୟିତ୍ୱହୀନତା ପାଇଁ ପୋଖରୀ ହୁଡ଼ାରେ ପୁଣି ଜବରଦଖଲ ଲାଙ୍ଗୁଡ଼ ଲମ୍ବିଲାଣି । ଏକାଧିକ ଉଠା ଦୋକାନ ମୁଣ୍ଡ ଟେକିଥିବା ବେଳେ ଟ୍ରକ ପାର୍କିଂ ହେଉଛି । ପୌରପାଳିକା ଏବେଠୁ ହସ୍ତକ୍ଷେପ ନକଲେ, ଆଗକୁ ଜବରଦଖଲ କାୟା ଏମିତି ମେଲି ସାରିଥିବଯେ, ଉଚ୍ଛେଦ ପୁଣି କାଠିକର ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । 

ଅନୁଗୁଳ ସହରର ଏକ ପୁରାତନ ଜଳାଶୟ ହେଉଛି ହାତୀଶାଳପଡ଼ା ପୋଖରୀ । ପ୍ରଶାସନର ଆନ୍ତିରକତାର ଅଭାବ ଯୋଗୁ ଏହି ବ୍ରିଟିଶ୍‌ ଅମଳର ପୋଖରୀ ଅବହେଳିତ ହୋଇପଡ଼ିଛି । ଦୁଇ ବର୍ଷ ତଳେ ପୋଖରୀ ଜମିରେ ବେଆଇନ୍‌ ଭାବେ ଏକ ବସ୍ତି ଗଢ଼ି ଉଠିଥିଲା । ୨୦ରୁ ଏକାଧିକ ଘର କରି ଲୋକ ବର୍ଷ ବର୍ଷ ଧରି ପୋଖରୀ ଜମିକୁ କବ୍‌ଜା କରି ଚାଲିଥିଲେ । ଏମିତିକି ଖୋଦ୍‌ ପୌରପାଳିକା ବେଆଇନ୍‌ ଭାବେ ପୋଖରୀ ପୋତି ପାର୍କ ନିର୍ମାଣ କରିଥିଲା । ଜଳାଶୟ ପୋତିବାର ନିୟମ ନଥିଲେ ହେଁ ସବୁ ନିୟମକୁ ଜଳାଞ୍ଜଳି ଦେଇ ୭ ଗୁଣ୍ଠ ଜମିରେ ପାର୍କ୍‌ କରିଥିଲା ପୌରପାଳିକା । ଏତିକିରେ ଜବରଦଖଲ ସରିନଥିଲା । ମୁଷ୍ଟିମେୟ ଲୋକ ମାଟି ଗଦାଇ ପୋଖରୀକୁ ହଜାଇ ଦେବାକୁ ବସିଥିଲେ । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ‘ପ୍ରମେୟ’ ରିପୋର୍ଟ ପ୍ରକାଶିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଖୋଦ୍‌ ପୌରପାଳିକାର ଏଭଳି ବେଆଇନ୍‌ କାମକୁ ସମସ୍ତେ ନିନ୍ଦା କରିଥିଲେ । ପ୍ରଶାସନ ଚେତିଥିଲା, ପୋଖରୀ ହୁଡ଼ାରେ ଗଢ଼ି ଉଠିଥିବା ବେଆଇନ୍‌ ବସ୍ତିକୁ ବୁଲଡୋଜର ଲଗାଇ ହଟାଇବା ସହ ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡ଼ିଥିଲା । ପ୍ରଶାସନ କେବଳ ଜବରଦଖଲ ହଟାଇନଥିଲା, ୪୦ ଲକ୍ଷ ଟଙ୍କାରେ ପୋଖରୀ ପୁନରୁଦ୍ଧାର କରାଯିବ ବୋଲି ଘୋଷଣା କରିଥିଲା । ଏମିତିକି ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ମାତ୍ର ଦିନ କେଇଟା ଖୋଳାକେଞ୍ଚା କରିବା ପରେ ବନ୍ଦ ହୋଇଥିଲା ପ୍ରକଳ୍ପ କାମ । ପରବର୍ତ୍ତୀ ସମୟରେ ଅଧିକାରୀ ବଦଳିବା ପରେ ପ୍ରକଳ୍ପ ମଧ୍ୟ ବାଟବଣା ହୋଇଗଲା । 

ଏବେ ଜବରଦଖଲକାରୀ ପୁଣି ପୋଖରୀ ହୁଡ଼ା କବ୍‌ଜା କରିବାରେ ଲାଗିଛନ୍ତି । ଏବେ ପୁଣି ୪ଟି ଉଠା ଦୋକାନ ଖୋଲିଲାଣି । ନିୟମିତ ଟ୍ରକ ପାର୍କିଂ ହେଉଥିବା ବେଳେ ଘରୋଇ ଆବର୍ଜନା ଲୋକ ଗଦା କରୁଛନ୍ତି । ପୋଖରୀ ଜମିରେ ଦୀର୍ଘଦିନ ଧରି ନିର୍ମାଣ ସାମଗ୍ରୀ ଗଦା କରି ରଖୁଥିବା ଦେଖିବାକୁ ମିଳିଛି । ଏହି ଜବରଦଖଲ ପ୍ରତି ପୌରପାଳିକା ସତର୍କ ନରହିଲେ, ଆଗକୁ ଜବରଦଖଲ କଳେବର ବୃଦ୍ଧି ପାଇଁ ଅଣାୟତ୍ତ ହେବ ବୋଲି କୁହାଯାଉଛି । ଏ ସଂକ୍ରାନ୍ତରେ ପୌରପାଳିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହାତୀଶାଳପଡ଼ା ପୋଖରୀ ପୁନରୁଦ୍ଧାର ପାଇଁ ସେମିତି ପାଣ୍ଠି କିଛି ମଞ୍ଜୁର ହୋଇନଥିଲା । ପୌରପାଳିକା ଯେଉଁ ବେଆଇନ୍‌ ପାର୍କ କରିଥିଲା, ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଳି ଦିଆଯାଇଥିଲା । ଏହି ପୋଖରୀ ସମେତ ସହରର ୧୩ଟି ପୋଖରୀର ପୁନରୁଦ୍ଧାର ହେବ । ଏଥିପାଇଁ ଘରୋଇ କମ୍ପାନିରୁ ପାଣ୍ଠି ବ୍ୟବସ୍ଥା କରିବେ ବୋଲି ବିଧାୟକ କହିଛନ୍ତି । ପାଣ୍ଠି ବ୍ୟବସ୍ଥା ହେଲେ ପୋଖରୀ ପୁନରୁଦ୍ଧାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.