ନୂଆଦିଲ୍ଲୀ,୧୫/୧୨: ବର୍ଡର-ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟର ତୃତୀୟ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆରମ୍ଭ ହୋଇଛି । ଗାବା ଗ୍ରାଉଣ୍ଡରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାକୟ ରୋହିତ ଶର୍ମା । ଏହାକୁ ନେଇ ରୋହିତ ଶର୍ମାଙ୍କୁ ସମାଲୋଚନା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ଗ୍ଲେନ ମ୍ୟାକଗ୍ରା । ରୋହିତ ପ୍ରଥମେ ବ୍ୟାଟିଂ କରିବାକୁ ଭୟ କରୁଥିବାରୁ ବାଧ୍ୟ ହୋଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା କହିଛନ୍ତି ମ୍ୟାକଗ୍ରା ।

ବ୍ରିସବେନ ଟେଷ୍ଟରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ରୋହିତ ଶର୍ମା । ଏହାକୁ ନେଇ  ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ଗ୍ଲେନ ମ୍ୟାକଗ୍ରା ରୋହିତଙ୍କୁ ସମାଲୋଚନା କରି କହିଛନ୍ତି, ରୋହିତ ପ୍ରଥମେ ବ୍ୟାଟିଂ କରିବାକୁ ଭୟ କରୁଥିବାରୁ ବାଧ୍ୟ ହୋଇ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହେବ ନାହିଁ । ବ୍ରିସବେନରେ ଟସ୍ ବିଜୟୀ ଦଳ ପ୍ରଥମେ ସର୍ବଦା ବ୍ୟାଟିଂ ନିଷ୍ପତ୍ତି ନେଇଥାନ୍ତି । କାରଣ ପ୍ରଥମ ୨ ଦିନ ବ୍ୟାଟିଂ ପାଇଁ ଅନୁକୂଳ ରହିଥାଏ । ପିଚ୍ ପୁରୁଣା ହେଲେ ବଲ୍ ଅଧିକ ପେସ୍ ଓ ବାଉନ୍ସ ହୁଏ । ତେଣୁ ଟସ୍ ବିଜୟୀ ଦଳ ଏଠାରେ ବ୍ୟାଟିଂ କରିଥାନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିଙ୍କି ପଣ୍ଟିଂ ଓ ମାଥ୍ୟୁ ହେଡେନ ମଧ୍ୟ ରୋହିତଙ୍କର ଏହି ନିଷ୍ପତ୍ତିରେ ଚକିତ ହୋଇଥିବା ପ୍ରକାଶ କରିଥିଲେ ।

ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଘରୋଇ ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ମାତ୍ର ୧୩ ଓଭର ୨ ଟି ବଲ ଖେଳ ହୋଇଥିଲା । ଏହାପରେ ବର୍ଷା ହୋଇଥିଲା । ଅଷ୍ଟ୍ରେଲିଆ ୨୮ ରନ କରିଥିଲା । ବର୍ଷା ଛାଡିଲେ ପୁଣି ମ୍ୟାଚ ଆରମ୍ଭ ହେବା ନେଇ ଆଶା ଥିଲା ମାତ୍ର ବର୍ଷା ଛାଡିନଥିଲା । ଫଳରେ ପ୍ରଥମ ଦିନ ଷ୍ଟମ୍ପ ପ୍ରସାରଣ ଘୋଷଣା ହୋଇଥିଲା ।