ଭୁବନେଶ୍ବର, ୨୭।୧୧ : ଏକ ଲାଞ୍ଚ ମାମଲାର ଶୁଣାଣି କରି ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭବାନୀପାଟଣା ବିଦ୍ୟୁତ ସବଡିଭିଜନ ଏସଡିଓ କାର୍ଯ୍ୟାଳୟର ପୂର୍ବତନ ତଥା ଅବସରପ୍ରାପ୍ତ ଜୁନିୟର ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି। ଜୁନିୟର ଆକାଉଣ୍ଟାଣ୍ଟ ଜଣକ ହେଲେ ଅଜିତ କୁମାର ମିଶ୍ର।ବିଦ୍ୟୁତ ବିଲ କମାଇବା ପାଇଁ ଜଣେ ବିଦ୍ୟୁତ ଗ୍ରାହକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଅଜିତ ଧରାପଡିଥିଲେ।