ନୂଆଦିଲ୍ଲୀ, ୩/୧୦ :  ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ଲାଗିଛି ଝଟକା । ପୂର୍ବତନ ସାଂସଦ ଅଶୋକ ତନଓ୍ବର ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସର ହାତ ଧରିଛନ୍ତି । ଚିନ୍ତିତ କଥା ଏହା କି ଅଶୋକ ତନଓ୍ବର ଗୁରୁବାର ଜିନ୍ଦର ସଫିଦୋରେ ବିଜେପି ଲାଗି ପ୍ରଚାର କରୁଥିଲେ । ଏହାର କିଛି ଘଣ୍ଟା ପରେ ସେ ମହେନ୍ଦ୍ରଗଡ଼ରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । 

ଏହାପ‌ରେ ସେ କଂଗ୍ରେସରେ ସାମିଲ ହେବାର ଖବର ଆସିଛି । ତନଓ୍ବର ୫ବର୍ଷରେ ୪ରାଜନୈତିକ ପାର୍ଟି ପରିବର୍ତ୍ତନ କରି ସାରିଛନ୍ତି । ଅଶୋକ ତନଓ୍ବର ୫ବର୍ଷ ପୂର୍ବରୁ ହୁଡ୍ଡାଙ୍କ ସହ ମତଭେଦ କାରଣରୁ କଂଗ୍ରେସ ଛାଡ଼ିଥିଲେ ।